Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବିଟ୍ ରୁଟ୍ ସାଲାଡ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆଜି ମଧ୍ୟ ଆମେ ଆପଣଙ୍କୁ ଏମିତି ଏକ ରେସିପି ବିଷୟରେ କହିବୁ ଯାହା ଶରୀର ପାଇଁ ଭଲ ଓ ଏହାକୁ କରିବା ଖୁବ୍ ସହଜ। ଏହା ଆପଣଙ୍କୁ ରଖିବ ସୁପର ଫିଟ୍। ଆପଣ ମଧ୍ୟ ଏହାକୁ ନିଜ ଡାଏଟରେ ଖାଇପରିବ। ଏହି ସାଲାଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବି।

ବିଟ୍ ରୁଟ୍ ସାଲାଡ଼ ପାଇଁ ସାମଗ୍ରୀ:

ବିଟ୍ ରୁଟ୍ ସାଲାଡ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ବିଟ୍, ଦହି, ଭୃସଙ୍ଗ ପତ୍ର, ସୋରିଷ, ଜିରା, ଗୋଲମରିଚ, ହେଙ୍ଗୁ, ଚାଟ ମସାଲା, ତେଲ ନେବାକୁ ପଡ଼ିବ।

ପ୍ରସ୍ତୁତ କରିବାର ପ୍ରଣାଳୀ:

ବିଟ୍ରୁଟ ସାଲାଡ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବିଟ୍ରୁଟକୁ ଭଲ ଭାବରେ ଧୋଇ ଦିଅନ୍ତୁ। ତା’ପରେ ଏହାକୁ ସାଲାଡ଼ ସ୍ଲାଇଡରେ କାଟି କିଛି ସମୟ ପାଇଁ ଗରମ ପାଣିରେ ଫୁଟାନ୍ତୁ। ଏହାପରେ ଏକ ପାତ୍ରରେ ଏହାକୁ କାଢି ଦିଅନ୍ତୁ ଓ ଅଳ୍ପ ଥଣ୍ଡା ହେବା ପରେ ଏଥିରେ ନିଜ ପସନ୍ଦ ଅନୁଯାୟୀ ଦହି ଭଲ ଭାବେ ମିଶାନ୍ତୁ। ତା’ପରେ ଏଥିରେ ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ ମସଲା ଏବଂ ଧନିଆ ପତ୍ର ମିଶାନ୍ତୁ। ଏହା ପରେ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଚାମଚରେ ଘିଅ କିମ୍ବା ତେଲ ଗରମ କରି ଏଥିରେ ସୋରିଷ, ଜିରା ଓ ଭୃସଙ୍ଗ ପତ୍ର ଭଲ ଭାବେ ଫୁଟାଇ ଛୁଙ୍କ କରିବା ପରେ ଗୋଳା ଯାଇଥିବା ସାଲାଡରେ ଏହାକୁ ମିଶାନ୍ତୁ। ଧନିଆ ଚଟଣୀ ସହିତ ଏହାକୁ ଗରମ ଗରମ ପରସନ୍ତୁ।

ଏହି ବିଟ୍ ସାଲାଡ଼ର ଅନେକ ଫାଇଦା ରହିଛି। ଏଥିରେ ଆଇରନ, ପୋଟାସିୟମ୍, ଫସଫରସ୍ ଭରପୂର ପରିମାଣରେ ରହିଛି। ଯାହା କାରଣରୁ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାକୁ ଖାସ କରି ଆପଣ ଶୀତ ଦିନେ ଖାଇପରିବେ କିନ୍ତୁ ଆପଣ ସବୁଦିନେ ମଧ୍ୟ ଏହାକୁ ନିଜ ଖାଦ୍ୟରେ ମିଶାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top