Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

କଂଗ୍ରେସର ବନ୍ଦ ଓ ବାମଦଳର ହରତାଳ ସଂପୂର୍ଣ୍ଣ ସଫଳ

ଭୁବନେଶ୍ୱର : ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଓ ବାମଦଳର ହରତାଳ ଆଜି ଓଡ଼ିଶାରେ ଅନୁଭୂତ ହୋଇଛି । ଉଭୟ ଦଳର ବନ୍ଦ ଓ ହରତାଳକୁ ଲୋକଙ୍କ ସମର୍ଥନ ମିଳିଛି । କାଁ ଭାଁ ଗଣ୍ଡଗୋଳକୁୁ ଛାଡ଼ିଦେଲେ ତୈଳଦର ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ କାର୍ଯ୍ୟକ୍ରମ ସଫଳ ହୋଇଛି ।
ଆଜି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ବନ୍ଦ ପ୍ରତି ବିଭିନ୍ନ ବର୍ଗର ଲୋକମାନେ ସମର୍ଥନ ଜଣାଇଥିଲେ । ଭାରତ ବନ୍ଦ ସମୟରେ କାଁ ଭାଁ ସ୍ଥାନରେ ଘଟିଥିବା ହିଂସାକାଣ୍ଡକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନାପସନ୍ଦ କରିବା ସହ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଅଂଶୁମାନ ମହାନ୍ତିଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଛି । େ
ଦେଶରେ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧିପାଉଥିବା ଏବଂ କେନ୍ଦ୍ରର ବିଜେପି ସରକାର ତାହାକୁ ଜିଏସ୍ଟି ପରିସରଭୁକ୍ତ କରୁନଥିବା ତଥା ରାଜ୍ୟରେ ବିଜେଡ଼ି ସରକାର ପେଟ୍ରୋଲିୟମ ସାମଗ୍ରୀ ଉପରୁ ଭାଟ୍ ହ୍ରାସ କରୁନଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଆହ୍ୱାନ ଓଡ଼ିଶାରେ ସଂପୂର୍ଣ୍ଣ ସଫଳ ହୋଇଛି । ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୁବପିଢି, ମଧ୍ୟମ ଓ ନିମ୍ନମଧ୍ୟବିତ, ଗୃହିଣୀଙ୍କୁ ସର୍ବାଧିକ ବାଧୁଥିବା ଦୃଷ୍ଟିରୁ ସେପ୍ଟେମ୍ବର ୧୦ରେ କଂଗ୍ରେସର ବନ୍ଦ ଡାକରା ପ୍ରତି ଜନସାଧାରଣଙ୍କର ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଥିଲା । ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ତାହା ପରବର୍ତୀ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ କରିନଥିଲା । ବନ୍ଦ ପାଳନ ଯୋଗୁଁ ବସ, ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଏହି କାରଣରୁ ସୋମବାର ପୂର୍ବତଟ ରେଳପଥର ୧୦ ଯୋଡା ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା । ଏତଦ୍ବ୍ୟତୀତ ବହୁ ଦୂରଗାମୀ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ବିଜେପି ସରକାର ତୈଳଦରକୁ ଯେଭଳି ବେଲଗାମ ଭାବେ ବୃଦ୍ଧି ହେବାକୁ ଛାଡି ଦେଇଛନ୍ତି, ତାକୁ ବିରୋଧ କରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରନ ପଟ୍ଟନାୟକ କହିଛନ୍ତିି ଯେ ବନ୍ଦପାଳନ ସମୟରେ କୋ÷ଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ । ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ, କୋ÷ଣସି ଜରୁରୀ କାମରେ ଯାଉଥିବା ବ୍ୟକ୍ତିଙ୍କ ଯାତ୍ରାରେ ଯେଭଳି କୋ÷ଣସି ବାଧା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବାକୁ କଂଗ୍ରେସର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ୍ ଖୋଲାଯାଇଥିଲା । ଯାନବାହନ ଚଳାଚଳ ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ ଆଦି ବନ୍ଦ ରହିଥିଲା । ସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ଉପସ୍ଥାନ ନଗଣ୍ୟ ରହିଥିଲା । ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ପିସିସି ସଭାପତି ନିରନ ପଟ୍ଟନାୟକ ମାଷ୍ଟରକ୍ୟାଂଟିନ ଛକରେ ପିକେଟିଂ କରିବାପରେ ବିଧାନସଭା ସମ୍ମୁଖକୁ ଯାଇ ବିଧାୟକମାନେ ବିଧାନସଭା ନଯିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ଦଳୀୟ ବିଧାୟକ ତାରାପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ । ସେହିଭଳି ଏଜି ଛକରେ ଏଆଇସିସି ପ୍ରଚାର କମିଟି ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବିରୋଧୀଦଳ ନେତା ନରସିଂହ ମିଶ୍ର, ଓଡ଼ିଶା ପିସିସିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ବିଧାୟକ ତାରାପ୍ରସାଦ ବାହିନୀପତି ଓ ଅଂଶୁମାନ ମହାନ୍ତି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରାକ୍ତନ ବିଧାୟକ କୁମାର ଚିରିବ, ସେବାଦଳ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକ ଓ ସେବାଦଳ ରାଷ୍ଟ୍ରୀୟ ପ୍ରଭାରୀ ଚନ୍ଦ୍ରପ୍ରକାଶ ବାଜପାୟୀ, ସାଧାରଣ ସଂପାଦକ ସଂଗ୍ରାମ କେଶରୀ ଜେନା, ଓଡ଼ିଶା ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୋ÷ଧୁରୀ, ସତ୍ସଙ୍ଗ ବିହାରଠାରେ ରାଜ୍ୟ ଛାତ୍ରକଂଗ୍ରେସ ଆବାହକ ଇତିଶ ପ୍ରଧାନ ରହି ପିକେଟିଂ କରିବା ସହିତ ତୈଳଦର ବୃଦ୍ଧିକୁ ବିରୋଧ କରିଥିଲେ । ପ୍ରଦେଶ କଂଗ୍ରେସ ସଂପାଦକ ସର୍ବଶ୍ରୀ ସୁଶା” ତ୍ରିପାଠୀ ଓ ପଦ୍ମାକର ଗୁରୁଙ୍କ ନେତୃତ୍ୱରେ ୨୦୦ ରୁ ଉଦ୍ଧ୍ୱର୍ ସାଇକେଲଧାରୀମାନେ ସହିଦ ନଗର, ରାମମନ୍ଦିର ଛକ, ମାଷ୍ଟରକ୍ୟାଂଟିନ୍, ବିଧାନସଭା ସମ୍ମୁଖ, ଏଜି ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ଦେଇ ବନ୍ଦରେ ସାମିଲ ହୋଇଥିଲେ । କଂଗ୍ରେସର ବନ୍ଦ ଡାକରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପଛପଟ ଗେଟ୍ବାଟେ ବିଧାନସଭା ମଧ୍ୟକୁ କଡା ସୁରକ୍ଷା ମଧ୍ୟରେ ପ୍ରବେଶ କରିଥିଲେ । କଟକ, ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ପୋଲିସ କମିଶନର ସତ୍ୟଜିତ ମହା”ି ବିଭିନ୍ନ ସ୍ଥାନ ଗସ୍ତକରି ନିଜେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ । ପୋଲିସ ଏଜି ଛକରେ ପିକେଟିଂ କରୁଥିବା ଏଆଇସିସି ପ୍ରଚାର କମିଟି ସଦସ୍ୟ ଭକ୍ତଚରଣ ଦାସଙ୍କ ସମେତ ୫୦ ଜଣଙ୍କୁ ଗିରଫ କରିନେଇଥିଲା । ଏହା ପୂର୍ବଦିନ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନଓ ଚୌଧୁରୀ ଓ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୋଟରସାଇକେଲ ଶୋଭାଯାତ୍ରାରେ ଯାଇ ବନ୍ଦ ସପକ୍ଷରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top