Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସବୁ ଅଲୋଡ଼ାଙ୍କ ଭରସା ଏବେ ଦାମ 

ଭୁବନେଶ୍ୱର/ଏରସମା : ମନ୍ତ୍ରୀ ଓ ବିଜେଡି ଉପସଭାପତି ପଦରୁ ବହିଷ୍କୃତ ହୋଇଥିବା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ପାଲଟିଛନ୍ତି । ଟିକେଟ୍ କଟିବା ଭୟରେ ଗତ କିଛଦିନ ଧରି ସରକାର ବିରୋଧରେ କ୍ରମାଗତ ବୟାନବାଜି କରୁଥିବା ଦାମ ଏବେ ବିଜେଡିରେ ସମ୍ପୂର୍ଣ୍ଣ ଅଲୋଡ଼ା ହେବାପରେ ଆଜି ନିଜର ପୁରୁଣା ସିଟ୍ ଏରସମାରେ ବିଦ୍ରୋହୀଙ୍କ ମେଳିର ନେତୃତ୍ୱ ନେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆଜି ଏରସମାରେ ଡାକ୍ତର ରାଉତଙ୍କ ଅଧ୍ୟକ୍ଷତାରେ  ‘ଏରସମା ବିପ୍ଲବ ଦିବସ ସମାରୋହ’ ପାଳନ ହୋଇଯାଇଛି । ୩ଦିନ ଧରି ପାଳିତ ହୋଇଥିବା ଏହି ବିପ୍ଲବ ସମାରୋହର ଉଦଯାପନୀ ଉତ୍ସବରେ ପାରାଦୀପ ବିଧାୟକ ଡାକ୍ତର ରାଉତଙ୍କ ସମେତ ଜଗତସିଂହପୁର ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ(କଂଗ୍ରେସ) , ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର(କଂଗ୍ରେସ), ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ (ବିଜେଡି), ବିଜେପି ନେତା ରଘୁନନ୍ଦନ ଦାସ, କଂଗ୍ରେସ ନେତା ସୁଶାନ୍ତ କାନୁନଗୋ ଓ ସ୍ଥାନୀୟ ସମାଜସେବୀ ଶଶୀକାନ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ । ତେବେ ଇଂରେଜ ଶାସନ ବିରୋଧରେ ଏରସମାବାସୀଙ୍କ ଲଢ଼େଇ ଓ ସାହାସକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉଥିବା ଏହି ବିପ୍ଲବ ଦିବସ ସମାରୋହରୁ ରାଜନୀତିକ ଫାଇଦା ନେବା ପାଇଁ ସେଠାରେ ଉପସ୍ଥିତ ଅଲୋଡା ନେତାମାନେ ପ୍ରୟାସ କରିଥିଲେ ।

ବିପ୍ଲବ ଦିବସ ସମାରୋହ ଆଳରେ ଡାକ୍ତର ରାଉତଙ୍କ ନେତୃତ୍ୱରେ କଂଗ୍ରେସ, ବିଜେପି ଓ ବିଜେଡିର ବିଦ୍ରୋହୀ ନେତାମାନେ ଗୋଟିଏ ମଂଚରେ ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ନିଜ ନିଜର ରାଜନୀତିକ ଅସ୍ତିତ୍ୱକୁ ରକ୍ଷା କରିବାକୁ ଯୋଜନା କରିଛନ୍ତି । ଚର୍ଚ୍ଚା ହେଉଛି, ଆଗାମୀ ସାଧାରଣ ନିର୍ବାଚନରେ ଏରସମା-ବାଲିକୁଦା ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଚାହିଁଥିବା ବିଭିନ୍ନ ଦଳର ନେତାମାନେ ଏବେ ବିଜେଡିର ଅଲୋଡ଼ା ନେତା ଡାକ୍ତର ରାଉତଙ୍କ ଶରଣ ନେଇଛନ୍ତି । ତେବେ ବିଜେଡି ଆଗାମୀ ନିର୍ବାଚନରେ ଡାକ୍ତର ରାଉତଙ୍କ ପରିବର୍ତେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଆସନରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ଥିବା ତଥା ତାଙ୍କୁ ଦଳରେ ସମ୍ପୂର୍ଣ୍ଣ ଅଲୋଡ଼ା କରାଯାଇଥିବାରୁ ଏବେ ସେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ନିର୍ବାଚନମଣ୍ଡଳୀ ପୁନର୍ଗଠନ ପୂର୍ବରୁ ଡାକ୍ତର ରାଉତ ଏରସମାରୁ ବିଧାୟକ ଥିବାରୁ ତାଙ୍କର କିଛି ଭୋଟ୍ ବ୍ୟାଙ୍କ ଥିବାର ଆଶା ରଖି ତାଙ୍କ ଆଶୀର୍ବାଦରେ ନିଜ ନିଜର ପ୍ରାର୍ଥୀତ୍ୱ ଦାବିଦାରୀକୁ ବଳିଷ୍ଠ କରାଇବା ପାଇଁ କଂଗ୍ରେସ,ବିଜେପି ଓ ବିଜେଡିର ଏହି ବିଦ୍ରୋହୀ ନେତାମାନେ ଆଗଭର ହୋଇଛନ୍ତି ।
ଏରସମା ଅଂଚଳର ପ୍ରଭାବଶାଳୀ କଂଗ୍ରେସ ନେତା ତଥା ପିସିସି ସଦସ୍ୟ ଶାରଦା ପ୍ରସନ୍ନ ଜେନା ଓ ଜଗତସିଂହପୁର ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶିବବ୍ରତ ଦାସ ଏବେ ଏହି ବିଧାନସଭା ଆସନରୁ ଦଳୀୟ ଟିକେଟ୍ ଦୌଡ଼ରେ ଆଗରେ ରହିଛନ୍ତି । ଏହି କାରଣରୁ  କଂଗ୍ରେସରେ ଏବେ ଅଲୋଡ଼ା ହୋଇଥିବା ରହିଥିବା ଲଲାଟେନ୍ଦୁ ମହାପାତ୍ର(ଜିତୁ) ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ଦାମଙ୍କ ଶରଣ ପଶିଛନ୍ତି । ସେହିପରି ବିଜେପିରେ ପ୍ରିୟରଞ୍ଜନ ଦାସ, ଚିତରଞ୍ଜନ କଂସ, ଅମିତା ଦାସ ପ୍ରମୁଖ ଟିକେଟ୍ ଦାବିଦାର ଥିବାବେଳେ ଏବେ ରଘୁନନ୍ଦନ ଦାସ ମଧ୍ୟ ନିଜର ଅସ୍ତିତ୍ୱ ପାଇ ସଂଘର୍ଷ କରୁଛନ୍ତି ।
ସେହିପରି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ଏବେ ଡାକ୍ତର ରାଉତଙ୍କ ଶରଣ ପଶି ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାର ସ୍ୱପ୍ନ ଦେଖୁଛନ୍ତି । ଶ୍ରୀ ସ୍ୱାଇଁ ବିଜେଡିରେ ଥିଲେ ମଧ୍ୟ ତାଙ୍କର ଦଳବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟସ୍ତରରେ ଗ୍ରହଣୀୟ ହୋଇପାରିନାହାନ୍ତି । ଏପରିକି ବିଧାନସଭା ପକ୍ଷରୁ ତାଙ୍କୁ ମଧୁସୂଦନ ଦାସ ସମ୍ମାନ ମିଳିଥିଲେ ମଧ୍ୟ ନିଜ ଅଂଚଳ(ମାଛଗାଁ-ବାଲିକୁଦା)ରେ ତାଙ୍କୁ ସମ୍ବର୍ଦ୍ଧନା ବି ମିଳିପାରିନି ।
ସେହିପରି ରିଏଲ ଇଷ୍ଟେଟ୍ କାରବାର କରୁଥିବା ଶଶୀକାନ୍ତ ପରିଡ଼ା ଏବେ ଡାକ୍ତର ରାଉତଙ୍କୁ ଶରଣ ପଶି ନିଜକୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଛନ୍ତି । ବିଡ଼ମ୍ବନାର ବିଷୟ ଯେ ସେ ଏପର୍ଯ୍ୟନ୍ତ ବିଜେଡିର ପ୍ରାଥମିକ ସଦସ୍ୟ ବି ହୋଇପାରିନାହାନ୍ତି ।
ତେବେ ଏହି ସମସ୍ତ ନେତାଙ୍କ କ୍ଷେତ୍ରରେ ଗୋଟିଏ ସମାନତା ହେଉଛି ସମସ୍ତେ ନିଜ ନିଜ ଦଳରେ ଅଲୋଡ଼ା ଓ ଏମାନଙ୍କ ପ୍ରତି ଜନସମର୍ଥନ ଵି ନାହିଁ । ଦଳୀୟ ଟିକେଟ୍ ନମିଳିଲେ ସ୍ୱାଧୀନ ପ୍ରାର୍ଥୀ ହେବା ପାଇଁ ଏବେ ଦାମଙ୍କୁ ନିଜର ଆଶାବାଡ଼ି କରିଛନ୍ତି ।
ଦଳ ଓ ବିଜେଡି ସରକାରରେ କଣଠେସା ହୋଇ ରହିଥିବା ଡାକ୍ତର ରାଉତ ଆଜି ନିଜର ପତିଆରା ଦେଖାଇବା ପାଇଁ ‘ଏରସମା ବିପ୍ଲବ ଦିବସ ସମାରୋହ’ ପାଳନ ପାଇଁ ଯେଉଁ କାର୍ଯ୍ୟକ୍ରମର ପୁରୋଧା ସାଜିଥିଲେ ସେଠାରେ କେବଳ କଂଗ୍ରେସ କର୍ମୀ ଓ କିଛି ବିଜେପି କର୍ମୀଙ୍କୁ ଦେଖିବାକୁ ମିଳିଥିବା ଜଣାପଡ଼ିଛି ।
ତେବେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ଏସବୁ ଅଲୋଡ଼ା ନେତାଙ୍କ ମେଳି ଆଗାମୀ ଦିନରେ ଡାକ୍ତର ରାଉତଙ୍କୁ କେତେ ବଳିଷ୍ଠ କରୁଛି ତାହା ଉପରେ ସମସ୍ତଙ୍କ ନଜର ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top