Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦିଲ୍ଲୀପଙ୍କୁ ସମର୍ଥନ କଲେ ବିଜୟ, ଛାଡ଼ିପାରନ୍ତି ବିଜେପି

ଭୁବନେଶ୍ୱର(ଓଡବ୍ଲ୍ୟୁ): ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡ଼ିବାକୁ ସଙ୍କେତ ଦେବାପରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ତାଙ୍କୁ ସମର୍ଥନ କରିଛନ୍ତି । ଏହା ସହିତ ଉଭୟ ନେତା ବିଜେପିରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଉଭୟ ନେତା ଆସନ୍ତା ୨୮ତାରିଖରେ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି । ଏପଟେ ରାଜ୍ୟ ବିଜେପି ମଧ୍ୟ ଏହି ଦୁଇ ନେତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ।
ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ କାର୍ଯ୍ୟରେ ବିଳମ୍ବକୁ ନେଇ ରାଉରକେଲା ବିଧାୟକ ଶ୍ରୀ ରାୟ ବିଧାୟକ ପଦ ଓ ଦଳ ଛାଡ଼ିବାକୁ ଆଭାସ ଦେଇଥିଲେ । ଯାହାକୁ ଆଜି ବିଜୟ ମହାପାତ୍ର ସମର୍ଥନ କରି କହିଛନ୍ତି ଯେ, ଦିଲ୍ଲୀପ ରାୟ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସମସ୍ତଙ୍କୁ ଜଣା । ଏକଥା ରାଜ୍ୟ, କେନ୍ଦ୍ର ସରକାର ଓ ଦଳ ସମସ୍ତେ ଜାଣନ୍ତି । ଏକଥା ସରକାର ଓ ଦଳ ଅନୁଭବ କରିବା କଥା । ମାତ୍ର ସମୟ ଗଡ଼ିଗଲାଣି । ରାଜନୀତିକ ନିଷ୍ପତି ନେବାର ଅଧିକାର ସମସ୍ତଙ୍କର ରହିଛି । ଜଣେ ବିଧାୟକ ନିନ୍ଦିତ ହେବାପରେ ନିଷ୍ପତି ନେବାକୁ ବାଧ୍ୟ ହେବା ସ୍ୱାଭାବିକ । ସେଥିପାଇଁ ହିଁ ଦିଲ୍ଲୀପ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଦିଲ୍ଲୀପଙ୍କୁ ସମର୍ଥନ କରି ବିଜୟ ଆଗାମୀ ଦିନରେ ବିଜେପିରୁ ଇସ୍ତଫା ଦେଉଥିବାର ସମ୍ଭାବନାକୁ ବଢ଼ାଇ ଦେଇଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀପ ଓ ବିଜୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ୟୁପିଏ ସମୟରେ ୧୦ବର୍ଷ ଧରି ବ୍ରାହ୍ମଣୀ ସେତୁ ହେଲାନି । ଅସନ୍ତୋଷ ବ୍ୟକ୍ତ କରୁଥିବା ଏ ବନ୍ଧୁମାନେ ସେତେବେଳେ ଥିଲେ କେଉଁଠି? ଆଇଜିଏଚ୍ ଓ ବ୍ରାହ୍ମଣୀ ସେତୁ କାମ ଆରମ୍ଭ ହୋଇସାରିଛି । କାମରେ ଯାହା ବିଳମ୍ବ ହେଉଛି ସେଥିପାଇଁ ରାଜ୍ୟ ସରକାର ଦାୟୀ । ତା’ଛଡ଼ା ଦଳ ପାଇଁ କେହି ଅଲୋଡ଼ା ନୁହଁନ୍ତି । ସମସ୍ତେ ନିଜ କାମ ମାଧ୍ୟମରେ ପ୍ରତିଷ୍ଠିତ । ଦଳ କାହାକୁ ଅପମାନିତ କରିନାହିଁ ବୋଲି ଗୋଲକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top