Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଟିଟୋ ଲିଙ୍କ୍ : ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସହ ଲିଙ୍କ୍ ଅଭିଯୋଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ରାଜନୀତିକୁ ଅପରାଧୀକରଣ କରିବାର ପ୍ରଥା ଓଡ଼ିଶାରେ ନଥିଲା । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି କାରନାମା କରି ଓଡ଼ିଶା ରାଜନୀତିରେ ଅପରାଧିକ ତତ୍ତ୍ୱଙ୍କୁ ସମର୍ଥନ କରି ବିହାର ଭଳି ଅପରାଧଯୁକ୍ତ ରାଜନୈତିକ ବ୍ୟବସ୍ଥା କରିବାକୁ ଚେଷ୍ଟା ଚଳାଇଛନ୍ତି । ନିକଟରେ ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଟାସ୍କଫୋର୍ସ ଟିଟୋକୁ ଗିରଫ କରିଛି । ଟିଟୋ ନାମରେ ହତ୍ୟା, ଅପହରଣ, ଲୁଣ୍ଠନ, ଦାଦାବଟି ଆଦାୟ ଭଳି ୪୫ରୁ ଅଧିକ ସଂଗୀନ ମାମଲା ରହିଛି । ତେବେ ଟିଟୋକୁ ଗିରଫ କରାଯିବା ପରେ ଅପରାଧ ଦୁନିଆର ଅନେକ ଅଡୁଆ ସୂତା ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହା ମଧ୍ୟରେ ଗୋଟିଏ ହେଉଛି ଟିଟୋ ନାମରେ ଥିବା ବେଆଇନ୍‍ ପେଟ୍ରୋଲ ଟାଙ୍କି । ଭାରତୀୟ ତୈଳ ନିଗମ ଦ୍ୱାରା ଟିଟୋକୁ ଏହି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ମିଳିଥିଲା । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ୟାଙ୍ଗଷ୍ଟର ଟିଟୋ ମଧ୍ୟରେ ଲିଙ୍କ୍‍ ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି ।
ମେସର୍ସ ସୟେଦ ବ୍ରଦର୍ସ ନାମରେ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ହାଟ ଠାରେ ପେଟ୍ରୋଲ ପମ୍ପ ଖୋଲା ଯାଇଛି । ଟିଟୋ ଓ ଏହାର ପରିବାର ଲୋକଙ୍କ ନାମରେ ଏହି ସ୍ଥାନର ମାଲିକାନା ମଧ୍ୟ ରହିଛି । ଡିସେମ୍ବର ୨୦୧୫ରେ ଏହି ପେଟ୍ରୋଲ ପମ୍ପ ଆରମ୍ଭ ହୋଇଥିଲା । ଟିଟୋର ପତ୍ନୀ ବେନ୍‍ଜୀର ବିବିଙ୍କ ନାମରେ ଏହାର ମାଲିକାନା ମଧ୍ୟ ରହିଛି । ଏହାବାଦ୍‍ ୨୦୧୭ ମସିହାରେ ଆଇଓସିଏଲ୍‍ ଟିଟୋକୁ ଜଗତସିଂହପୁର ଜିଲ୍ଳା ପାରାଦୀପ ପୋର୍ଟ ଟ୍ରଷ୍ଟ ଠାରେ ଆଉ ଏକ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲା । ଏହାର ମାଲିକାନା ମଧ୍ୟ ଟିଟୋର ପତ୍ନୀ ବେନ୍‍ଜୀରଙ୍କ ନାମରେ ରହିଛି । ଓଡ଼ିଶାର ଆବାଳ ବୃଦ୍ଧ ବନିତା ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ଦୁନିଆ ବିଷୟରେ ଜାଣିଥିବା ବେଳେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ଆଇସିଏଲ୍‍ ଟିଟୋକୁ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଆଇଓସିଏଲ୍‍ ମଧ୍ୟ ଟିଟୋ ସଂପର୍କରେ ସବୁ ତଥ୍ୟ ପାଇଥିବା ବେଳେ ଓଡ଼ିଶା ମାଟିର କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲେ ।
ସେପଟେ, ଓଡ଼ିଶାରେ ପେଟ୍ରୋଲ ପମ୍ପ ଖୋଲୁଥିବା କମ୍ପାନୀଗୁଡିକରୁ ଆଦାୟ ହେଉଥିବା ସିଏସ୍‍ଆର୍‍ ଅର୍ଥ ସିଧାସଳଖ ଆଇଓସିଏଲ୍‍ ନିକଟକୁ ଯାଇଥାଏ, ଯାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛି । ୨୦୧୫ ମସିହାରେ ଟିଟୋର ପତ୍ନୀ ନାମରେ ଆବେଦନ ହୋଇଥିବା ପେଟ୍ରୋଲ ପମ୍ପକୁ ସ୍ୱୀକୃତି ଦେବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଓସିଏଲ୍‍ର ବାଟ ଓଗାଳି ନଥିଲେ,କିନ୍ତୁ ୨୦୧୭ ମସିହାରେ ଶ୍ରୀ ପ୍ରଧାନ ଗ୍ୟାଙ୍ଗଷ୍ଟର ଟିଟୋ ବିଷୟରେ ସବୁ କିଛି ଜାଣି ମଧ୍ୟ ଆଖି ବନ୍ଦ କରି ତାକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲେ । ବେଆଇନ୍‍ ଭାବେ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଟିଟୋ ପ୍ରତି ଏଭଳି କୋହଳ ମନୋଭାବ ପୋଷଣ କରିଥିଲେ । ଗତକାଲି ଖୋଦ୍‍ ଆଇଓସିଏଲ୍‍ କର୍ତ୍ତୃପକ୍ଷଙ୍କ ଜାରି ପ୍ରେସ୍‍ ବିବୃତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରାଳୟର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଜଣେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର କୋଣ ଅନୁକୋଣରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପରିଚିତ ଗ୍ୟାଙ୍ଗଷ୍ଟର ଟିଟୋ ବିଷୟରେ ଆଇଓସିଏଲ୍‍ ଓ ଏହାର ନିର୍ମାତା ଧର୍ମେନ୍ଦ୍ର ପ୍ରଧାନ ନଜାଣିବା ଏକ ହାସ୍ୟାସ୍ପଦ ବିଷୟ ।
ଟିଟୋ ବିରୋଧରେ ୪୫ରୁ ଅଧିକ ସଂଗୀନ ଅପରାଧିକ ମାମଲା ରହିଥିବା ବେଳେ ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ମଧ୍ୟ ୩୫ରୁ ଅଧିକ ମାମଲା ରହିଛି । ଗଞ୍ଜାମରେ କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ, ବିଜେପୁର ଉପ-ନିର୍ବାଚନ ସମୟରେ ବିଜେଡି କର୍ମୀଙ୍କ ହତ୍ୟା ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ସଂପୃକ୍ତ ଅପରାଧୀ ମଧ୍ୟ ବିଜେପି ସହ ଜଡ଼ିତ ଥିବା ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ଅପରାଧିକ ତତ୍ତ୍ୱଙ୍କୁ ପ୍ରୋତ୍ସାହନ ଯୋଗାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି । ଏଣୁ ନୈତିକତା ଦୃଷ୍ଟିରୁ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ପଦରୁ ଶ୍ରୀ ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ଦେବ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top