Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅନାସ୍ଥା ପ୍ରସ୍ତାବ ଆଲୋଚନାବେଳେ କକ୍ଷତ୍ୟାଗକୁ ଯଥାର୍ଥ : ବିଜେଡି

ଭୁବନେଶ୍ୱର : କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି । ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି । ଏହି କାରଣରୁ ବିଜେଡି ଲୋକସଭାରେ ଆଜି ଉପସ୍ଥାପିତ ଅନାସ୍ଥା ପ୍ରସ୍ତାବରେ ଭାଗ ନନେଇ କକ୍ଷତ୍ୟାଗ କରିଛି । ଏଭଳି ଏକ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଓ ବିଜେପିର ଏକ ଡ୍ରାମା । ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଶ୍ରୀ ନାୟକ ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ , ଏହି କକ୍ଷତ୍ୟାଗ ଉଭୟ ଏନ୍‍ଡିଏ ଓ ୟୁପିଏ ସରକାରଙ୍କ ବିରୋଧରେ ବିଜେଡିର ଏକ ପ୍ରତିବାଦ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓଡ଼ିଶାବାସୀଙ୍କ ପାଇଁ ସହାୟକ ହେବ ନାହିଁ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଜେଡିର ୧୯ଜଣ ସାଂସଦ ହୃଦୟଙ୍ଗମ କରି କକ୍ଷତ୍ୟାଗ କରିଥିଲେ । ୟୁପିଏ ଯାହା, ଏନ୍‍ଡିଏ ମଧ୍ୟ ତାହା । ସେଥିପାଇଁ ବିଜେଡି ଉଭୟ ଦଳ ଠାରୁ ସମଦୂରତ୍ୱ ରକ୍ଷା କରିଆସୁଛି । ଏହି ନିଷ୍ପତ୍ତିକୁ ଆଜି ବିଜେଡି ସଂସଦରେ ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛି । ୟୁପିଏ ସରକାର ଅମଳରେ କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରିଥିଲେ । ଆଶା ଥିଲା, ଏନ୍‍ଡିଏ ସରକାର ଆସିଲା ପରେ ଏଥିରେ କିଛି ପରିବର୍ତ୍ତନ ଘଟିବ । କିନ୍ତୁ ଏନ୍‍ଡିଏ ସରକାରଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟରେ ଏହା ପ୍ରତିଫଳିତ ହେଲା ନାହିଁ । ବରଂ ଏନ୍‍ଡିଏ ସରକାରଙ୍କ ଅମଳରେ ଓଡ଼ିଶାର ସ୍ୱାର୍ଥକୁ ଚରମ ଉପେକ୍ଷା କରାଗଲା । ଏନ୍‍ଡିଏ ସରକାରଙ୍କ ଓଡ଼ିଶା ବିରୋଧୀ ପାତର ଅନ୍ତର ନୀତି ଓଡ଼ିଶାର ଜନଗଣଙ୍କୁ ଗଭୀର ଭାବେ ମର୍ମାହତ କରିଛି ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା ପାଇଁ ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା । କିନ୍ତୁ ସରକାରକୁ ଆସିବା ପରେ ଏବେ ପଛଘୁଞ୍ଚା ଦେଉଛି । ସେହିପରି କଂଗ୍ରେସ ସରକାର ମଧ୍ୟ ଓଡ଼ିଶାକୁ ଏହି ମାନ୍ୟତା ଦେବା ପାଇଁ ସଫା ସଫା ମନା କରିଦେଇଥିଲା । ସେହିପରି ୟୁପିଏ ସରକାର ପୋଲାଭରମ୍‍କୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିବା ବେଳେ ଏନ୍‍ଡିଏ ସରକାର ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ପ୍ରକଳ୍ପ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲେ ହେଁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍‍ ଲଗାଇବା ପାଇଁ ଏନ୍‍ଡିଏ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଖାଲି ସେତିକି ନୁହେଁ, ୟୁପିଏ ସରକାରର ସହଯୋଗ ଓ ସମର୍ଥନରେ ଛତିଶଗଡ଼ ସରକାର ବେଆଇନ୍‍ ଭାବେ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶାକୁ ମରୁଭୂମି କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନର ଏନ୍‍ଡିଏ ସରକାର ସେଥିରେ ମଧ୍ୟ ରୋକ୍‍ ଲଗାଇବାକୁ ଅସମର୍ଥ । କିନ୍ତୁ ବିଜେଡି ସରକାରଙ୍କ କ୍ରମାଗତ ଲଢ଼େଇ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏବେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ୍‍ ଗଠନ କରାଯାଇଛି । ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏହିସବୁ ପ୍ରସଂଗରେ ଉଭୟ ୟୁପିଏ ଓ ଏନ୍‍ଡିଏ ସରକାର ଓଡ଼ିଶା ପ୍ରତି ଗତ ୧୪ବର୍ଷ ହେଲା ଯେଉଁ ଅବହେଳା ପ୍ରଦର୍ଶନ କରିଆସିଛନ୍ତି, ତା’ର ପ୍ରତିବାଦରେ ଆଜି ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡିର ସାଂସଦମାନେ କକ୍ଷତ୍ୟାଗ କରିବା ଯଥାର୍ଥ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top