Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ତୈଳଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

୧୦ରେ ତୈଳଦର ବୃଦ୍ଧି କଂଗ୍ରେସର ବନ୍ଦ ଡାକରା
ଭୁବନେଶ୍ବର:ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଠାରୁ ରାଜ୍ୟବ୍ୟାପୀ ବିଜେଡି ୩ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳର କର୍ମୀମାନେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଜନମାରଣ ନୀତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇଛନ୍ତି। ଦଳର ବିଧାୟକମାନେ ଆଜି ବିଧାନସଭାରେ ତୈଳଦର ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏକ ବିରାଟ ରାଲିରେ ଦଳର ବିଧାୟକମାନେ ବିଧାନସଭାରୁ ରାମମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ ସେଠାରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଆଜି ପ୍ରଥମ ଦିନରେ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ୱର ସମେତ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଅନୁଷ୍ଠିତ ହୋଇଥିଲା । ଏହି ଜନସଚେନତା କାର୍ଯ୍ୟକ୍ରମରେ ଦଳର ବହୁ ମହିଳା, ଯୁବ ଓ ଛାତ୍ର ନେତୃମଣ୍ଡଳୀ ଓ ମନ୍ତ୍ରୀଙ୍କ ସମେତ ସାମିଲ ହୋଇଥିଲେ ।
କେନ୍ଦ୍ର ସରକାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ତୈଳଦର ବୃଦ୍ଧି ପାଇବାରେ ଲାଗିଛି ବୋଲି ଦଳର ନେତାମାନେ ଅଭିଯୋଗ କରିଥିଲେ। ଗୋଟିଏ ପଟେ କେନ୍ଦ୍ର ସରକାର ପିଟୁଣି ଟିକସ ବସାଇ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଭାଟ୍‍ କମାଇବାକୁ ପରାମର୍ଶ ଦେବାରେ ହେଳା କରୁନାହାନ୍ତି । ଓଡ଼ିଶାରେ ତେଲ ଉପରେ ଭାଟ୍‍ ଅନ୍ୟ ରାଜ୍ୟଗୁଡିକ ତୁଳନାରେ କମ୍‍ ରହିଛି । ଗତ ୪ବର୍ଷ ମଧ୍ୟରେ ୧୨ଥର କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ହେଁ ଭାରତବର୍ଷରେ ଏହାର ଓଲଟା ଘଟୁଛି।ସେଥିଯୋଗୁ ଆଜି ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମରେ ତୈଳ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରାଯାଇଥିଲା।
ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏବଂ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଅନୁଷ୍ଠିତ ଜନସଚେତନତା କାର୍ଯ୍ୟକ୍ରମରେ ମନ୍ତ୍ରୀ ନୃସିଂହ ସାହୁଙ୍କ ସମେତ ବିଧାୟକ ସଂଜୟ କୁମାର ଦାସବର୍ମା,ଅରୁଣ କୁମାର ସାହୁ,ପ୍ରଣବ ପ୍ରକାଶ ଦାସ,ପ୍ରଣବ ବଳବନ୍ତରାୟ,ବ୍ୟୋମକେଶ ରାୟ, ଆକାଶ ଦାସ ନାୟକ, ଅନୁଭବ ପଟ୍ଟନାୟକ,ରବି ନାରାୟଣ ମହାପାତ୍ର,ରାଜଶ୍ରୀ ମଲ୍ଲିକ,ଟୁକୁନି ସାହୁ, ରାସେଶ୍ୱରୀ ପାଣିଗ୍ରାହୀ,ସଂଜୀବ ସାହୁ,ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବ୍ରତ ତରାଇ, ବ୍ରଜକିଶୋର ପ୍ରଧାନ, ମହିଧର ରଣା, ପ୍ରୀତିରଞ୍ଜନ ଘଡ଼ାଇ, ମାନସ ମାଡ଼କାମୀ, ପ୍ରଭାତ ରଞ୍ଜନ ବିଶ୍ୱାଳ, ସୁବାଷ ଗଣ୍ଡ, ସୁଶାନ୍ତ ବେହେରା, ଅନାମ ନାଏକ, ବିଜୟ ନାୟକ, ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ,ଅମରେଶ ଜେନା, ଭାରତୀ ସିଂହ, ମହାମୟା ସ୍ୱାଇଁ, ସୁଲୋଚନା ଦାସ, ଏଲିନା ଦାସ,ସୁଲତା ଦେଓ ଓ ରୁନୁ ଜେନା ପ୍ରମୁଖ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top