Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ତୈଳଦର ବୃଦ୍ଧି ପ୍ରତିବାଦରେ ରାଜଭବନ ଘେରାଉ କଲା ବିଜେଡି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ୍‍ ଓ ରନ୍ଧନ ଗ୍ୟାସ୍‍ ଦରବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହାସହିତ ବିଜେଡି ସାଧାରଣ ସଂପାଦକ ତଥା ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଏକ ୩୦ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ପେଟ୍ରୋଲିୟମ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଅବଗତ କରିଥିଲେ।ଏହା ସହିତ ଦେଇଥିବା ସ୍ମାରକପତ୍ରରେ ବିଜେଡି ଦର୍ଶାଇଛି ଯେ, ୨୦୧୪ରେ ଏନ୍‍ଡିଏ କେନ୍ଦ୍ରରେ କ୍ଷମତାକୁ ଆସିଲା ବେଳେ ପେଟ୍ରୋଲ ଲିଟର ପିଛା ଦିଲ୍ଲୀରେ ୭୧ ଟଙ୍କା ୪୧ ପଇସା ଥିଲା।୨୦୧୫-୧୬ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍ ପିଛା ୪୬ ଡଲାରକୁ ଖସିଥିଲେ ହେଁ ଆମ ଦେଶରେ ପେଟ୍ରୋଲ ଦର କମାଯାଇନଥିଲା।ରନ୍ଧନ ଗ୍ୟାସ୍‍ ଅବସ୍ଥା ମଧ୍ୟ ତଦ୍ରୁପ।୨୦୧୭ରେ ୧୪.୨ କେଜି ସିଲିଣ୍ଡର ଦର ୭୮୦ ଟଙ୍କା ଥିଲା ବେଳେ ଏବେ ଏହା ବଢ଼ି ୮୭୬ ଟଙ୍କା ଟପିଗଲାଣି।ଅଥଚ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟ ଏହି ଆକାଶଛୁଆଁ ଦରକୁ କମାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିବା ସାଧାରଣ ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇପଡିଛି।ଉଜ୍ଜ୍ୱଳା ଗ୍ୟାସ୍‍ ୩୦ଲକ୍ଷ ସଂଯୋଗ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ଉଚ୍ଚ ସ୍ୱରରେ କହି ବୁଲୁଥିବା ବେଳେ ତନ୍ମଧ୍ୟରୁ ୨୪ଲକ୍ଷ ସିଲିଣ୍ଡର ଦ୍ୱିତୀୟଥର ପାଇଁ ରିଫିଲିଂ କରାଯାଇ ନାହିଁ।ସେଥିଯୋଗୁ ୨୪ଲକ୍ଷ ହିତାଧିକାରୀ ପ୍ରକୃତରେ ଅଛନ୍ତି କି ନାହିଁ ସେନେଇ ସନ୍ଦେହ ଉପୁଜିଛି।ସନ୍ଦେହ ସତ୍ୟ ହୋଇଥିଲେ,ଭୂତ ହିତାଧିକାରୀଙ୍କୁ ନେଇ ବଡ଼ ଧରଣର ସ୍କାମ୍‍ ହୋଇଥିବା ବିଚିତ୍ର ନୁହେଁ।ପେଟ୍ରୋଲ ସମେତ ଡିଜେଲ୍‍ କ୍ଷେତ୍ରରେ କେନ୍ଦ୍ର ମଧ୍ୟ ସାଧାରଣ ଲୋକଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷା ଲାଗି ଉତ୍ପାଦ ଶୁଳ୍କ ଏନ୍‍ଡିଏ ସରକାର କମାଇନଥିବା ପରିତାପର ବିଷୟ ବୋଲି ଉକ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି।

ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ଗଣଧାରଣା ଓ ବିକ୍ଷୋଭରେ ଦଳର ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ବିଧାୟକ ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ କୁମାର ଜଗଦେବ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ସୁରେନ୍ଦ୍ର ସେଠୀ, ସାଂସଦ ନରେନ୍ଦ୍ର ସ୍ୱାଇଁ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଉପଦେଷ୍ଟା ଚିନ୍ମୟ ସାହୁ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ମହାସଚିବ ଶିଶିର ପରିଜା, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‍ ସେନାପତି, ମହିଳା ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, ସଂପାଦିକା ମାନସୀ ସୁନ୍ଦରାୟ, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ମନ୍ଦାକିନୀ କର, ରାଜକମଲ ଜେନା, ସାଧାରଣ ସଂପାଦକ ଦେବାଶିଷ ସିଠ୍‍, ଜ୍ୟୋତିରଞ୍ଜନ ଜେନା, ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଗଣଧାରଣା ଓ ବିକ୍ଷୋଭରେ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହିତ ୫ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top