Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୪ ଜିଲ୍ଲାରେ ବିଜେଡିର ‘ମୋ’ ନବୀନ ମୋ’ ଘରେ’

ଭୁବନେଶ୍ୱର(ଓଡ଼ିଶା ୱେୟାର): ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ୪ଟି ଜିଲ୍ଲାର ପ୍ରତ୍ୟେକ ଘରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ୪ ଜିଲ୍ଲାର ଲୋକଙ୍କ ସହ ଟେକ୍ନୋଲୋଜି ମାଧ୍ୟମରେ ସିଧାସଳଖ କଥା ହେବା ଓ ଫଟୋ ଉଠା ସହ ଅନ୍ୟ ଏକ କାର୍ଯ୍ୟକ୍ରମ ‘ସେଲଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମ ମଧ୍ୟ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।
ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦୁଇଟି ନୂଆ କାର୍ଯ୍ୟକ୍ରମ “ମୋ’ ନବୀନ, ମୋ’ ଘରେ” ଏବଂ ‘ସେଲ୍ଫି ୱିଥ୍ ସିଏମ୍ ’ ଶୁଭାରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ମୋ ନବୀନ ମୋ ଘରେ କାର୍ଯ୍ୟକ୍ରମ ଏବେ ବଲାଙ୍ଗିର,ମୟୂରଭଞ୍ଜ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଘରେ କରାଯିବ ତଥା ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଫଟୋ ଉଠାଇପାରିବେ। ସେହି ଫଟୋକୁ ସଙ୍ଗେସଙ୍ଗେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରିଣ୍ଟ୍ କରି ଦିଆଯିବ। ଥ୍ରୀ ଡି ଲାଇଭ୍ ଚିତ୍ର ସହ ଲୋକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇପାରିବେ । ଏସବୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିବାର କାର୍ଯ୍ୟ ଏକ ସଂସ୍ଥାକୁ ଦିଆଯାଇଛି ଓ ସେମାନେ ଏବେ ଏସବୁ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ‘ସେଲ୍ଫ ୱିଥ୍ ସିଏମ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଅଫିସ୍ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ଉଠାଇପାରିବେ।‘ସେଲଫି ୱିଥ୍ ସିଏମ୍’ କାର୍ଯ୍ୟକ୍ରମରେ ଏ.ଆର. ଟେକ୍ନୋଲୋଜି ଦ୍ୱାରା ରହିଥିବା ପ୍ଲାଟଫର୍ମରେ ଜୀବନ ସାଇଜ୍ ହଲୋଗ୍ରାମ୍ ଜରିଆରେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କ ଛବି ଜୀବନ୍ତ ଆକାରରେ ସେଲଫିରେ ନେବା କାର୍ଯ୍ୟକ୍ରମ କରାଯାଇଥିଲା । ଜନସାଧାରଣ ବିଜେଡି ନିର୍ଦ୍ଧାରିତ ସ୍ଥାନମାନଙ୍କରେ ଆସି ଏହାର ଲାଭ ପାଇପାରିବେ ଓ ସେଲଫି ନେଇପାରିବେ। ଅପରପକ୍ଷରେ ଯେଉଁ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମ ରହିଛି, ସେଥିରେ ଏ.ଆର. ଟେକ୍ନୋଲୋଜି ପ୍ଲାଟଫର୍ମକୁ ନେଇ ଦଳର କର୍ମୀମାନେ ଲୋକଙ୍କ ଘରକୁ ଯିବେ । ନବୀନଙ୍କ ପ୍ରତିଛବିକୁ ଏହି ଏ.ଆର. ଟେକ୍ନୋଲୋଜି ପ୍ଲାଟଫର୍ମ ଦ୍ୱାରା ସେଠାରେ ସେଲଫି ଉଠାଇ ଲୋକଙ୍କୁ ଦେଇପାରିବେ ଏବଂ ତା’ମଧ୍ୟ ପ୍ରିଣ୍ଟ କରାଯାଇପାରିବ। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ବିଜେଡି ଆଇଟି ୱିଙ୍ଗ ଦ୍ୱାରା ଆଜି ଆଇଟି କନକ୍ଲେଭ୍ ଆୟୋଜନ ହୋଇଥିଲା । ସେଥିରେ ରାଜ୍ୟର ୩୦ ଜିଲ୍ଲାର ୩୦୦ କଲେଜରୁ ପ୍ରତିନିଧିତ୍ୱ କରୁଥିବା ୧୨୦୦ ଛାତ୍ର ଯୋଗ ଦେଇଥିଲେ । ଏହି ଛାତ୍ରମାନଙ୍କୁ ସୋସିଆଲ ମିଡିଆ ଓ ଆଇଟି ବିଷୟରେ ଅନେକ କୌଶଳ, କାର୍ଯ୍ୟସୂଚୀ, ବିବରଣୀ ଏବଂ ପ୍ରଶିକ୍ଷଣ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top