Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

୧୫ସୁଦ୍ଧା କଂଗ୍ରେସର ଟିକେଟ ବଣ୍ଟନ ପ୍ରକ୍ରିୟା: ଜିତେନ୍ଦ୍ର ସିଂ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ଫେବୃୟାରୀ ୧୫ ସୁଦ୍ଧା ଦଳୀୟ ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ପ୍ରସାଦ ସିଂହ କହିଛନ୍ତି ।
ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ଶ୍ରୀ ସିଂ କହିଥିଲେ ଯେ, ଆସନ୍ତା ଫେବୃୟାରୀ ୧୫ ସୁଦ୍ଧା ଟିକେଟ ବଣ୍ଟନ କରାଯିବ । ବିଭିନ୍ନ କାରଣ ନେଇ ଟିକେଟ ପ୍ରଦାନରେ ବିଳମ୍ବ ହୋଇଛି । ଆସନ୍ତା ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ହଟିବ। ଓଡ଼ିଶାରେ କୁଶାସନ କାୟା ବିସ୍ତାର କରିଛି । ନବୀନ ପଟ୍ଟନାୟକ ସରକାର ଯିବା ନିଶ୍ଚିତ । ଦଳରୁ ବିଧାୟକ ଓ ନେତା ଛାଡ଼ିବା ଘଟଣା ସମ୍ପର୍କରେ ସେ କହିଛନ୍ତି ଦଳରେ ଏପରି ଆୟାରାମ ଓ ଗୟାରାମ ଚାଲିଥାଏ, ଏଥିପାଇଁ ଚିନ୍ତା କରିବାର କିଛିନାହିଁ। ଯେଉଁମାନେ ଯାଉଛନ୍ତି ତାଙ୍କ ବିକଳ୍ପ ମଧ୍ୟ ଦଳରେ ଅଛନ୍ତି। ଆଉ ବହୁ ଲୋକ ଆସିବେ ଓ ଯିବେ। ଶ୍ରୀକାନ୍ତ ଜେନା ରାହୁଲଙ୍କ ଗୁମର ଖୋଲିବେ ବୋଲି ରଖିଥିବା ମତ ଉପରେ ଶ୍ରୀ ସିଂହ କହିଛନ୍ତି କଂଗ୍ରେସ ମଧ୍ୟ ତାଙ୍କ ଗୁମର ଖୋଲିବ। ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ଶେଷ ସୁଦ୍ଧା ୫୦ ଆସନରେ ପ୍ରଥମେ ଟିକେଟ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଉଭୟ ପ୍ରଭାରୀ ଶ୍ରୀ ସିଂହ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କିନ୍ତୁ ସମୟ ଗଡ଼ି ଚାଲିଲା । ଟିକେଟ ଆସିଲା ନାହିଁ । ଦଳୀୟ କମିଟି ବସି ପ୍ରସ୍ତାବ ପଠାଗଲା । ସେ ସମୟରେ କୁହାଗଲା ଅକ୍ଟୋବର ସୁଦ୍ଧା ପ୍ରକାଶ କରାଯିବ । ଦଳର ସବୁ ବିଧାୟକଙ୍କୁ ପ୍ରାର୍ଥୀ କରାଯିବ । ହେଲେ ଇତିମଧ୍ୟରେ ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ିଲେ । ୩ ଜଣ ବିଧାୟକ ଇତିମଧ୍ୟରେ ପଦ ଛାଡ଼ି ସାରିଲେଣି । ଏହି ୩ ଜଣଙ୍କ ମଧ୍ୟରୁ ନବ ଦାସଙ୍କୁ ବହିଷ୍କାର କରାଯାଇଛି, ଯୋଗେଶ ସିଂଙ୍କୁ ନିଲମ୍ବିତ କରାଯାଇଛି ଓ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଇତିମଧ୍ୟରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top