ଭୁବନେଶ୍ୱର(ଓଡ଼ିଶା ୱେୟାର): କଂଗ୍ରେସରୁ ନିଲମ୍ବନ ହେବାପରେ ସୁନ୍ଦରଗଡ଼ର ବିଧାୟକ ଯୋଗେଶ ସିଂ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।
ସୂଚନା ଅନୁସାରେ ସୁନ୍ଦରଗଡ଼ ବିଧାୟକ ଶ୍ରୀ ସିଂ ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଦଳବିରୋଧୀ କାର୍ଯ୍ୟ ପାଇଁ ଚଳିତମାସ ୧୭ତାରିଖରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ କଂଗ୍ରେସ ନିଲମ୍ବନ କରିଥିଲା। ଶ୍ରୀ ସିଂ ଖୁବଶୀଘ୍ର ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛ। ଶ୍ରୀ ସିଂ ୨୦୦୯ ମସିହାରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଛନ୍ତି।


