Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦାମଙ୍କୁ ଚେତାବନୀ,ନବୀନଙ୍କ ବିରୁଦ୍ଧରେ କହିଲେ ଏଣିକି ଛାଞ୍ଚୁଣୀ ମାଡ଼

କୁଜଙ୍ଗ/ଜଗତସିଂହପୁର:ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନିଜ ଗଡ଼ କୁଜଙ୍ଗରେ ମହିଳା ସମାବେଶ ଆୟୋଜନ କରି ବିଜେଡି ଆଜି ତା’ର ଶକ୍ତି ପ୍ରଦର୍ଶନ କରିଛି।ଦାମଙ୍କ ଗଡ଼ରେ ତାଙ୍କୁ ଦଳୀୟ ନେତାମାନେ ଖୋଲାଖୋଲି ଚେତାବନୀ ଦେବା ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କହିଲେ ଏଣିକି ଛାଞ୍ଚୁଣୀ( ଝାଡ଼ୁ) ମାଡ଼ ହେବ ବୋଲି ସତର୍କ କରାଇ ଦେଇଛି।ସମାବେଶକୁ ଭଣ୍ଡୁର କରିବା ପାଇଁ ଡାକ୍ତର ରାଉତଙ୍କ ସମସ୍ତ ପ୍ରୟାସ ସତ୍ୱେ ସ୍ଥାନୀୟ ଅଂଚଳର ପ୍ରାୟ ୨୦ହଜାର ମହିଳା କର୍ମୀ ଏକଜୁଟ ହୋଇ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ସହ ଦାମଙ୍କ ଦମ୍ଭୋକ୍ତିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି।
କୁଜଙ୍ଗ ବ୍ଲକ୍ ପଡ଼ିଆରେ ଆୟୋଜିତ ବିଜେଡି ମହିଳା ସମାବେଶରେ ହଜାର ହଜାର ମହିଳାଙ୍କ ସଫଳ ସମାବେଶ କରାଇ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି।ମିଳିଥିବା ସୂଚନା ଅନୁସାରେ ଏହି ସମାବେଶରୁ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ତାଙ୍କ ସମର୍ଥକଙ୍କୁ ଦୂରେଇ ରଖାଯାଇଥିଲା।ଦାମଙ୍କ ବିରୋଧ ଓ ବିଷ୍ଣୁଙ୍କ ଅନୁପସ୍ଥିତି ସତ୍ୱେ କୁଜଙ୍ଗ ମହିଳା ସମାବେଶରେ ହଜାର ହଜାର ମହିଳା ସାମିଲ ହୋଇ ଜିଲ୍ଲା ବିଜେଡିର ଏକ ନୂଆ ରାଜନୀତିକ ସମୀକରଣକୁ ପ୍ରଶସ୍ତ କରିଛନ୍ତି।

ଆଜି ଅନୁଷ୍ଠିତ ମହିଳା ସମାବେଶରେ ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ଜଗତସିଂହପୁର ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସହପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା,ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ,ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ କୁଳମଣୀ ସାମଲ, ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶନୀ ବିଶ୍ୱାଳ, ପାରାଦୀପ ମହିଳା ବିଜେଡି ସଭାନେତ୍ରୀଙ୍କ ସମେତ ବହୁ ଆଗଧାଡ଼ିର ନେତ୍ରୀମାନେ ଯୋଗ ଦେଇଥିଲେ।ସମାବେଶରେ ଡାକ୍ତର ରାଉତଙ୍କ ନାଁ ନନେଇ ମଧ୍ୟ ବିଜେଡି ଭାଙ୍ଗିବାକୁ ଚକ୍ରାନ୍ତ କରୁଥିବା ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଉଦ୍ୟମକୁ ପଣ୍ଡ କରାଯିବା ସହ ଦଳର ସୁପ୍ରିମୋଙ୍କ ବିରୁଦ୍ଧରେ ସାମାନ୍ୟତମ କଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି।


ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ମୁଦୁଲି କହିଥିଲେ ଯେ, ବିଜୁବାବୁ ଓ ନବୀନବାବୁଙ୍କ ବିରୁଦ୍ଧରେ ଯିଏ କହିବ ତାକୁ ଏଣିକି ମହିଳାମାନେ ଛାଞ୍ଚୁଣୀ ମାଡ଼ କରିବେ।ସାରା ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ମହିଳା ସମାବେଶ ହେଉଛି।ଲୋକଙ୍କ ମଧ୍ୟରେ ଉନ୍ମାଦନ ସୃଷ୍ଟି ହୋଇଛି । ଆଜିର ଏହି ସମାବେଶକୁ ଆସିବାବେଳେ ରାସ୍ତାର ଦୁଇପାଶ୍ୱର୍ରେ ହଜାର ହଜାର ମହିଳା ଯେଭଳି ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି ସେଥିରୁ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲପାଇବା ଓ ଶ୍ରଦ୍ଧା କିଭଳି ରହିଛି ତାହା ସ୍ପଷ୍ଟ ହୋଇଯାଇଛି।
ସମାବେଶରେ ସାମିଲ ନହେବା ପାଇଁ ନିଜର ସମର୍ଥକଙ୍କୁ ଦାମ ପ୍ରବର୍ତାଇଥିଲେ ମଧ୍ୟ ଦଳ ଉପରେ ଭରସା କରି ଯୋଗ ଦେଇଥିବା ଜଣାପଡ଼ିଛି।ଦାମଙ୍କ ଅନୁଗତ କୁହାଯାଉଥିବା ବହୁ କର୍ମୀ ଓ ନେତା ଯୋଗ ଦେବା ପରେ କୁଜଙ୍ଗ-ପାରାଦୀପରେ ଦାମଙ୍କ ପତିଆରାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।ସମାବେଶ ଭଣ୍ଡୁର ପାଇଁ ଦାମଙ୍କ ଉଦ୍ୟମ ସତ୍ୱେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଦେବାଶୀଷ ସାମନ୍ତରାୟଙ୍କ ଗୋଟିଚାଳନା ଏହି ସମାବେଶକୁ ସଫଳ କରାଇଛି।

ବିଷ୍ଣୁଙ୍କ ଦୂରେଇ ରଖାଗଲା
ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କୁ ଆଜି ଏହି ମହିଳା ସମାବେଶରେ ଦେଖିବାକୁ ମିଳିନଥିଲା।ବିଷ୍ଣୁ ଆଜି ନିଜର ସମର୍ଥକଙ୍କୁ ଧରି ଜଗତସିଂହପୁରରେ ଏକ ମହିଳା ସମାବେଶ କରିଥିଲେ।ପାରାଦୀପ ବିଜେଡିରେ ବିଷ୍ଣୁଙ୍କ ପ୍ରତି ଥିବା ଆକ୍ରୋଶ ଏବଂ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହ ତାଙ୍କର କନ୍ଦଳକୁ ଦୃଷ୍ଟିରେ ରଖି ଏହି ସମାବେଶରୁ ବିଷ୍ଣୁଙ୍କୁ ଦୂରେଇ ରଖାଯାଇଥିଲା।ବିଷ୍ଣୁ ଓ ତାଙ୍କର ସମର୍ଥକମାନଙ୍କୁ ଏହି ସମାବେଶରେ ସାମିଲ ନହେବା ପାଇଁ ଉପରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।ଏସବୁ ସତ୍ୱେ ତାରପୁର ବାଇପାସ୍ ଠାରେ ବିଷ୍ଣୁ ଓ ରାଜଶ୍ରୀଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ।ପୁଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଶାନ୍ତ ପଡ଼ିଥିଲେ।

ଦେବାଶୀଷଙ୍କୁ ମିଳିପାରେ ପାରାଦୀପ ସିଟ୍

ଆଜିର ସମାବେଶରେ ବିଜେଡିର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ସାମିଲ ହୋଇନଥିଲେ। କିନ୍ତୁ ଶ୍ରୀ ସାମନ୍ତରାୟ ଏହି ସମାବେଶକୁ ସଫଳ କରିବା ପାଇଁ ସକ୍ରିୟ ସହଯୋଗ କରିଥିବା ଚଣାପଡ଼ିଛି ।ସେ ଏବେ କଟକ ବାରବାଟୀ ବିଧାୟକ ଥିବାରୁ ସେଠାରେ ସମାବେଶରେ ସାମିଲ ହେଲେ କାଳେ ବିରୋଧ ହେବ ସେହି ଆଶଙ୍କାରେ ତାଙ୍କୁ ସମାବେଶରୁ ଦୂରେଇ ରଖାଯାଇଥିଲା।କିନ୍ତୁ କୁଜଙ୍ଗ ଓ ପାରାଦୀପରୁ ମହିଳାଙ୍କୁ ସମାବେଶ ସ୍ଥଳକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି।କୁଜଙ୍ଗର ୧୬-୧୭ଟି ପଂଚାୟତରେ ତାଙ୍କର ପ୍ରଭାବ ରହିଛି।ସେହିପରି ପାରାଦୀପରେ ମଧ୍ୟ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର କିଛି ପ୍ରଭାବ ଥିବାରୁ ସିଏ ବି ଏହି ସମାବେଶ ପାଇଁ ସହଯୋଗ କରିଥିବା ଜଣାପଡ଼ିଛି।ସ୍ଥାନୀୟ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ନିଜର ସମର୍ଥକଙ୍କୁ ସମାବେଶ ସ୍ଥଳକୁ ଆଣି ଦାମଙ୍କୁ ତାଙ୍କର ଔକାତ୍ ଦେଖାଇଥିବାରେ ସକ୍ଷମ ହୋଇଛନ୍ତି।ବିଜେଡି ସୂତ୍ର ଅନୁସାରେ ଦେବାଶୀଷ ସାମନ୍ତରାୟଙ୍କୁ ଦଳ ଶେଷ ମୁହୂର୍ତରେ ବିଜେଡି ପ୍ରାର୍ଥୀ ଭାବେ ପାରାଦୀପ ସିଟରୁ ଲଢ଼ିବାକୁ ସୁଯୋଗ ଦେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top