Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଆଦିବାସୀଙ୍କ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ କରିବ: ନବୀନ

ଭୁବନେଶ୍ୱର: ଆଦିବାସୀମାନଙ୍କ ଉନ୍ନତି ଓ ବିକାଶ ଲାଗି ରାଜ୍ୟରେ ବିଜେଡି ସରକାର ବିବିଧ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଗୁରୁବାର ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଆଦିବାସୀ ଦିବସ ଅବସରରେ ୟୁନିଟ୍‍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ବିଜୁ ଜନତା ଦଳ ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶକୁ ଉଦ୍‍ଘାଟନ କରି ଏହା କହିଛନ୍ତି । ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସମେତ ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଜନଜାତି ଭାଇଭଉଣୀମାନଙ୍କ ପାଇଁ କାମ କରୁଛି ଏବଂ ଆଗକୁ କରିଚାଲିିବ । ସେମାନଙ୍କ ସ୍ୱାର୍ଥର ପ୍ରହରୀ ଭାବେ ବିଜେଡି କାମ କରୁଛି, ଯାହାର ଉଦାହରଣ ହେଉଛି ଗୁରୁପ୍ରିୟା ସେତୁ ।

ଜନଜାତି ବହୁଳ ଅଞ୍ଚଳରେ ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟ ସେବାରେ ବିକାଶ, ଶିକ୍ଷାର ପ୍ରସାର ସହିତ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଦଳ କାମ କରୁଛି । ଏସବୁର ସୁଫଳ ମିଳିବାକୁ ଆରମ୍ଭ କରିଛି ଏବଂ ଜନଜାତି ଛାତ୍ରଛାତ୍ରୀମାନେ କ୍ରୀଡ଼ା ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ରାଜ୍ୟର ଗୌରବ ବୃଦ୍ଧି କରୁଛନ୍ତି । ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସହିଦ ଲକ୍ଷ୍ମଣ ନାଏକ ଓ ସହିଦ ବିର୍ସା ମୁଣ୍ଡାଙ୍କ ପରି ମହାନ ବିପ୍ଳବୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ୱାଧୀନତା ସଂଗ୍ରାମରେ ଜନଜାତି ଭାଇଭଉଣୀମାନଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ ।
ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ ରାଜ୍ୟ ଆବାହକ ବିଧାୟକ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଉପସଭାପତି ବିଧାୟକ ବଳଭଦ୍ର ମାଝୀ ଓ ସାଂସଦ ଝିନ୍ନ ହିକ୍‍କା, ସାଧାରଣ ସଂପାଦକ ସୁବାଷ ଗଣ୍ଡ, ବିଧାୟକ ଲାଲବିହାରୀ ହିମିରିକା, ମୟୂରଭଞ୍ଜ ଏସ୍‍ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ପ୍ରମୁଖ ଭାଷଣ ଦେଇ ବିଜେଡି କିପରି ରାଜ୍ୟ ଜନଜାତି ପରିବାରଗୁଡିକର ବିକାଶ କରୁଛି, ସେ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଆଦିବାସୀ ଉନ୍ନୟନ ପରିଷଦ ଗଠନ କରିଥିବା ବକ୍ତାମାନେ କହିଥିଲେ । ଅଗଷ୍ଟ ୧୩ ତାରିଖ ମଧ୍ୟରେ ବିଜେଡି ଏହି ଜିଲ୍ଲାଗୁଡିକରେ ପର୍ଯ୍ୟାୟକ୍ରମେ ଜିଲ୍ଲାସ୍ତରୀୟ ସମାବେଶ ପାଳନ କରିବ ।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ଡ. ଅରୁଣ କୁମାର ସାହୁ, ପ୍ରିୟଦର୍ଶୀ ମିଶ୍ର, ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ ସାଧାରଣ ସଂପାଦକ ତଥା ବିଧାୟକ ଜଗନ୍ନାଥ ସାରକା, ଡମ୍ବରୁ ସିସା, ରାଜୀବ ପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାଏକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସମେତ ଭୁବନେଶ୍ୱରର ବହୁ କର୍ପୋରେଟର୍‍, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ଅଧ୍ୟକ୍ଷ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top