Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବକ୍ସିଂ ଡେ ଟେଷ୍ଟ: ଭାରତ ୩୨୭ରନରେ ଅଲ ଆଉଟ

ସେଞ୍ଚୁରିୟନ : ଏଠାରେ ଚାଲିଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ ଟେଷ୍ଟର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ ହୋଇଯାଇଛି ଭାରତ । ଦ୍ୱିତୀୟ ଦିନ ଟେଷ୍ଟକୁ ବର୍ଷା ଧୋଇ ଦେଇଥଲା । ପ୍ରଥମ ଦିନ ଖେଳ ଶେଷ ବେଳକୁ ଭାରତ ୩ ଓ୍ବିକେଟ ହରାଇ ୨୭୧ରନ କରିଥଲା । ତୃତୀୟ ଦିନ ଖେଳ ସେହିଠାରୁ ଆରମ୍ଭ କରି ଭାରତ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥଲା ମାତ୍ର ୫୬ ରନରେ ଅ।ଉ ୭ ଓ୍ବିକେଟ ହରାଇଥଲା ଭାରତ ଶତକୀୟ ଇନିଂସ ଖେଳି ବ୍ୟାଟିଂ କରୁଥିବା ଲୋକେସ ରାହୁଲ ଆରମ୍ଭରୁ ଓ୍ବିକେଟ ହରାଇଥିଲେ ଏହାପରେ ଦଳର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ ୨୭୧ ରନରେ ୩ ଓ୍ବିକେଟ ହରାଇଥିବା ଦଳ ତୃତୀୟ ଦିନରେ ମାତ୍ର ୫୬ରନରେ ୭ଟି ଓ୍ବିକେଟ ହରାଇଛି ।

ଦଳ ପକ୍ଷରୁ ଲୋକେସ ରାହୁଲ ସର୍ବାଧିକ ୧୨୩ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୬୦ରନ କରିଛନ୍ତି । ଫର୍ମ ପାଇଁ ସଂଘର୍ଷ କରୁଥିବା ପୁଜାରା ପୁଣି ଫେଲ ମାରିଛନ୍ତି । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି ପୁଜାରା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୩୫ରନ କରିଥିବା ବେଳେ, ଅଜିଙ୍କ୍ୟ ରାହାଣେ ୪୮ରନ, ଋଷଭ ପନ୍ତ ୮ରନ, ରବିଚନ୍ଦ୍ରନ ଅଶ୍ବିନ ୪ରନ, ଶାର୍ଦ୍ଦୁଳ ଠାକୁର ୪ରନ, ମହମ୍ମଦ ସାମୀ ୮ରନ, ବୁମରାହ ୧୪ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସିରାଜ ୪ ରନ କରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ଏବଂ କାଗିସୋ ରାବାଡା ଚମତ୍କାର ବୋଲିଂ କରିଛନ୍ତି । ଏନ୍‌ଗିଡି ୨୪ ଓଭରରେ ୭୧ରନ ଦେଇ ୬ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୨୬ ଓଭରରେ ୭୨ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ମାର୍କୋ ଜନସେନ୍ ୧୮.୩ ଓଭରରେ ୬୯ରନଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଓ୍ବୟାନ୍ ମଲ୍‌ଡର ୧୯ ଓଭରରେ ୪୯ରନ ଏବଂ କେଶବ ମହାରାଜ ୧୮ ଓଭରରେ ୫୮ରନ ଦେଇଛନ୍ତି ।

ରିପୋର୍ଟ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି । ଦଳ ୩ ଓଭରରେ ୧୦ରନଦେଇ ଗୋଟିଏ ଓ୍ବିକେଟ ହରାଇଛି । ଡିନ୍ ଏଲଗାର ମାତ୍ର ୧ ରନକରି ଆଉଟ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top