ଭୁବନେଶ୍ୱର୍ : କ୍ରମାଗତ ତୈଳ ଦର ବୃଦ୍ଧି ପରେ ରାଜ୍ୟ ସରକାର ଆଜି ସମଗ୍ର ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇଛି । ସାଧାରଣ ବସଭଡ଼ା କିମି ପିଛା ୭୦ପଇସାକୁ ବୃଦ୍ଧି ପାଇଥିବାବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୭୩ପଇସାକୁ ବଢ଼ିଛି । ସେହିପରି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧.୧୦ଟଙ୍କା ଓ ଏସି ଡିଲକ୍ସ ଭଡ଼ା କିମି ପିଛା ୧.୨୩ଟଙ୍କାକୁ ବୃଦ୍ଧି ପାଇଛି । ଡାଇନୋମିକ୍ ପ୍ରାଇସ୍ ମେକାନିଜିମ୍ ଆଧାରରେ ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରଇଛନ୍ତି । ତେବେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ବସ୍ ଭଡ଼ା ବୃଦ୍ଧିରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଡିଜେଲ ଦର ଏବେ ଲିଟର ପିଛା ୫ଟଙ୍କା ୨୦ ପଇସା ବୃଦ୍ଧି ପାଇଥିବାବେଳେ ସରକାରଙ୍କ ବର୍ଦ୍ଧିତ ଭଡ଼ା ଅତ୍ୟନ୍ତ ସ୍ୱଳ୍ପ । ଏହା ଦ୍ୱାରା ଘରୋଇ ବସ୍ ମାଲିକମାନେ ପ୍ରଭାବିତ ହେବେ ।


