ଭୁବନେଶ୍ଵର : ପ୍ରସ୍ତାବିତ ରାଜ୍ୟ କ୍ୟାବିନେଟ ବୈଠକକୁ ରାଜ୍ୟ ସରକାର ଶେଷ ମୂହୁର୍ତ୍ତରେ ବାତିଲ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୬ଟା୧୫ମିନିଟରେ ହେବାକୁ ଥିବା କ୍ୟାବିନେଟ ବୈଠକକୁ ରଦ୍ଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ଆଜି ବାଲେଶ୍ଵର ଗସ୍ତରେ ଯାଇ ମେଡିକାଲ କଲେଜ ଉଦଘାଟନ କରିଥିଲେ। ତାପରେ ବିଜେଡି ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ। କ୍ୟାବିନେଟ ବୈଠକ ବାତିଲ ନେଇ ସରକାରୀ ଭାବେ କିଛି କୁହାଯାଇଥିଲେ ବି ମୁଖ୍ୟମନ୍ତ୍ରୀ ବିଶ୍ରାମ ନେବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।


