Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓଡ଼ିଶା ପ୍ରତି ବୈମାତୃକ ଆଚରଣ କରୁଛି କେନ୍ଦ୍ର : ବିଜେଡି

ଭୁବନେଶ୍ୱର: ଓଡ଼ିଶାର ଆର୍ôଥକ ବିକାଶ ଓ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଥିଲେ ମଧ୍ୟ କେନ୍ଦ୍ରର ବିଜେପି ସରକାର କ୍ରମାଗତ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ, ରାଜ୍ୟର ସୁବିଧା ଅସୁବିଧା ନେଇ ମୁଖ୍ୟମନ୍ତ୍ରୀ ବାରମ୍ବାର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟକୁ ଜଣାଉଥିଲେ ମଧ୍ୟ କେନ୍ଦ୍ର ସରକାର କିଛି ଶୁଣିବାକୁ ଆଗ୍ରହ ଦେଖାଉନାହାନ୍ତି । ସବକା ସାଥ୍ ସବକା ବିକାଶ ନାରା ଦେଉଥିବା କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ବିକାଶ ପ୍ରତି ଆଖିବୁଜି ଦେଇଛନ୍ତି । ସାମଗ୍ରିକ ଭାବେ ଦେଶର ଆର୍ôଥକ ବିକାଶ ଲାଗି ପ୍ରତି ରାଜ୍ୟର ଉନ୍ନତି ହେବା ଜରୁରୀ ଥିଲେ ହେଁ ତାହା କେନ୍ଦ୍ରର ବିଜେପି ସରକାର ଓଡ଼ିଶାରେ କରାଇ ଦେଉନାହାନ୍ତି । ଏପରିକି ଇ-ବସ୍‍ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଉତ୍ସୁକ ଥିଲେ ହେଁ ତାହା କରାଇ ଦିଆଗଲା ନାହିଁ । ଓଡ଼ିଶାରେ ୫୨ଟି ଇ-ବସ୍‍ ଚଳାଚଳ ପାଇଁ ପଦକ୍ଷେପ ନେବାକୁ ଓଏସ୍‍ଆର୍‍ଟିସି ପ୍ରସ୍ତାବ ପଠାଇଥିଲା ବେଳେ ଏଥିଲାଗି ୧୩ଟି ରୁଟ୍‍ ଚିହ୍ନଟ କରାଯାଇଥିଲା । ଦୀର୍ଘ ୭ମାସ ଧରି ଏ ପ୍ରସ୍ତାବ ସଂପର୍କରେ କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପାଟିରେ ତୁଣ୍ଡି ବାନ୍ଧି ବସିଛି । ଏପରିକି ପ୍ରଥମ ପର୍ଯ୍ୟାୟ ଚୟନ ତାଲିକାରେ ଦିଲ୍ଲୀ, ବାଙ୍ଗାଲୋର, ଇନ୍ଦୋର ଓ ଗୌହାଟୀ ସମେତ ଦେଶରେ ଥିବା ଆଉ କେତେକ ସହରକୁ ଇ-ବସ୍‍ କିଣିବା ଲାଗି କେନ୍ଦ୍ର ପକ୍ଷରୁ ପ୍ରୋତ୍ସାହନ ସ୍ୱରୂପ ଅନୁଦାନ ମଞ୍ଜୁର କରାଯାଇଥିବା ବେଳେ ଓଡ଼ିଶାକୁ ଗୋଟିଏ ଟଙ୍କା ମଧ୍ୟ ଏ ବାବଦ ମିଳିନାହିଁ । ଓଡ଼ିଶା ସରକାର ୫୨ଟି ଇ-ବସ୍‍ ଚଳାଇବାକୁ ଯେଉଁସବୁ ରୁଟ୍‍ ଚିହ୍ନଟ କରିଥିଲେ, ସେଥିରେ ସାମଗ୍ରିକ ଭାବେ ରାଜ୍ୟ ବିକାଶର ଲକ୍ଷ୍ୟ ରଖିଥିଲେ । କିନ୍ତୁ ରାଜ୍ୟ ସରକାର ଲେଖିଥିବା ପତ୍ରର ଉତ୍ତର ଅଦ୍ୟାବଧି କେନ୍ଦ୍ର ସରକାରନଦେବା କ୍ଷୋଭଦାୟକ । ବିଜେପି ନେତାମାନଙ୍କ ରୁଗ୍‍ଣ ମାନସିକତାର ଏହା ଏକ ଜ୍ୱଳନ୍ତ ନିଦର୍ଶନ । ଓଡ଼ିଶାକୁ ସାବତ ପୁଅ ଭଳି କେନ୍ଦ୍ର ଦେଖିବା ଏବଂ ଇ-ବସ୍କୁ ନଦେବା ଜଣାଇଦେଉଛି ଯେ ବିଜେପି ସରକାର ଓଡ଼ିଶାକୁ ଅନ୍ୟ ରାଜ୍ୟଗୁଡିକ ସହ ତୁଳନାତ୍ମକ ଢଙ୍ଗରେ ବିଚାର କରି ନାହାନ୍ତି, ବରଂ ଓଡ଼ିଶାର ପ୍ରସ୍ତାବକୁ ଅଣଦେଖା କରିଛନ୍ତି । ଏହା ନିନ୍ଦନୀୟ ଏବଂ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top