Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତା ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର, (ଓଡ଼ିଶା ୱେୟାର):
ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ଖୋଲିବ।
ଗଣଶିକ୍ଷା ସଚିବ କହିଛନ୍ତି-“ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ। ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସିପାରିବେ ପିଲା। ଦଶମ ଓ ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ।”ସେ ଆହୁରି କହିଛନ୍ତି-“ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ। ଯଦି କେଉଁଠି କେସ ବଢ଼ିବ, ସେଠି ଜିଲ୍ଲାପାଳଙ୍କ ଅନୁସାରେ ସ୍କୁଲ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ।”
ସେ ଆହୁରି କହିଛନ୍ତି-“ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କ ମୂଲ୍ୟାୟନ ହେବ। ନବମ ଓ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ହେବାକୁ ଥିବା ୪ଟି ଫର୍ମେଟିଭ୍ ସେପ୍ଟେମ୍ୱର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ। ଆସେସମେଣ୍ଟ ପରୀକ୍ଷା ସରିଲେ ହେବ ଫାଇନାଲ ପରୀକ୍ଷା। ଯଦି ପୁଣି କୋଭିଡ୍ ନେଇ ପରୀକ୍ଷା କରି ନହୁଏ, ସେହି ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।”
ଶ୍ରୀ ସାହୁ କହିଛନ୍ତି-“ମହାମାରୀ କୋଭିଡ୍ ପାଇଁ ସବୁ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବିକଳ୍ପ ସ୍ୱରୂପ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସେବା ଓଡ଼ିଶାର ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିନାହିଁ। ମୋବାଇଲ୍ କନେକ୍ଟିଭିଟିର ଅସୁବିଧା ପାଇଁ ସବୁ ପିଲାଙ୍କ ପାଖରେ ଅନ୍‌ଲାଇନ୍ ଶିକ୍ଷାଦାନ ପହଞ୍ଚି ପାରିନାହିଁ। ତେଣୁ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top