Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ବିନା ମାସ୍କରେ ଦଶମ ଅଫଲାଇନ ପରୀକ୍ଷା ଦେବେ ନାହିଁ ଛାତ୍ରଛାତ୍ରୀ’

ଭୁବନେଶ୍ୱର, (ଓଡ଼ିଶା ୱେୟାର):
ବିନା ମାସ୍କରେ ଦଶମ ଅଫ୍‌ଲାଇନ୍ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ। ତେଣୁ ପରୀକ୍ଷା କେନ୍ଦ୍ରକୁ ଆସିବା ପୂର୍ବରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ମାସ୍କ ପିନ୍ଧାଇ ପରୀକ୍ଷା କେନ୍ଦ୍ରକୁ ପଠାଇବେ। ଆଜି ଏପରି ଚେତାବନୀ ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ।
ଶ୍ରୀ ସାହୁ କହିଛନ୍ତି-“ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ସେଥିରୁ ଗଞ୍ଜାମରୁ ସର୍ବାଧିକ ୧୩୧୫ ଅଛନ୍ତି। ସେହିପରି ପୁରୀରୁ ୧୧୧୯ ଜଣ ଫର୍ମ ପୂରଣ କରିଛନ୍ତି। ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଯାଜପୁର, କଟକ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୦୦ରୁ ୧୦୦୦ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ବାକି ୧୮ଟି ଜିଲ୍ଲାରୁ ୫୦୦ରୁ କମ୍ ପିଲା ଅଫ୍ ଲାଇନ୍ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବାନିମ୍ନ ୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। ଆବଶ୍ୟକ ସ୍ଥଳେ ଉପାନ୍ତ ଯଥା ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କମ୍ ପିଲା ଆବେଦନ କରିଥିଲେ, ସେଠାରେ ପରୀକ୍ଷା ସେଣ୍ଟର କରିବାର ବ୍ୟବସ୍ଥା କରାଯାଇଛି।”
ସେ ଆହୁରି କହିଛନ୍ତି-“କୋଭିଡ୍ ଗାଇଡଲାଇନ୍‌ରେ ହେବ ମାଟ୍ରିକ ପରୀକ୍ଷା। ପରୀକ୍ଷା ଆରମ୍ଭରୁ ଓ ସରିବା ପରେ କେନ୍ଦ୍ରକୁ ସାନିଟାଇଜ୍ କରାଯିବ। ପ୍ରତି ପରୀକ୍ଷା କେନ୍ଦ୍ରରେ ଗୋଟିଏ ଲେଖାଏଁ ଆଇସୋଲେସନ୍ କେନ୍ଦ୍ର ରହିବ। ଏହାକୁ ଜରୁରୀ କାଳିନ ସ୍ଥିତିରେ ବ୍ୟବହାର କରାଯିବ। ବିନା ମାସ୍କରେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ ଓ ସାନିଟାଇଜର ବାଧ୍ୟତା ମୂଳକ। ପରୀକ୍ଷା ପରିଚାଳନା ଦାୟତ୍ୱରେ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ଆରମ୍ଭର ୪୮ ଘଣ୍ଟା ପୂର୍ବରୁ କୋଭିଡ୍ ଟେଷ୍ଟ ହେବ। ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଅଗଷ୍ଟ ୨୨ ମଧ୍ୟରେ ରେଜଲ୍‌ଟ ବାହାର କରାଯିବ।”
ଶ୍ରୀ ସାହୁ କହିଛନ୍ତି-“ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ପାଳନର ତଦାରଖ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ କୋଭିଡ୍ ସ୍କ୍ୱାଡ଼ ଗଠନ କରାଯିବ। ଏହାର ନେତୃତ୍ୱ ନେବେ ଜିଲ୍ଲାପାଳ। ଗଠନ ହୋଇଥିବା ସ୍କ୍ୱାଡ଼ କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତଦାରଖ କରିବେ। ପରୀକ୍ଷା ପରେ ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ପ୍ରତିଦିନ ସାନିଟାଇଜ୍ କରାଯିବ। ଏହାଛଡ଼ା ସମସ୍ତ କୋଭିଡ୍ ନିୟମାବଳୀ ପାଳନ କରାଯିବ। ମୂଲ୍ୟାୟନ କେନ୍ଦ୍ରରେ ଥିବା ସମସ୍ତ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ସାନିଟାଇଜ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।”
ପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର।

Click to comment

Leave a Reply

Your email address will not be published. Required fields are marked *

Most Popular

To Top