Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଓଡ଼ିଶା ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସର୍ବବୃହତ୍ ପ୍ୟାକେଜ୍

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ୧୮ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରଥମଥର ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ଅଦ୍ୟାବଧିର ସର୍ବବୃହତ୍ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ପରେ ଅନେକ ଯୁଗାନ୍ତକାରୀ କଲ୍ୟାଣ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ,ପରିବାରକଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆଜି ସାମ୍ବାଦିକଙ୍କ ପାଇଁ କେତେକ କଲ୍ୟାଣମୂଳକ ଯୁଗାନ୍ତକରୀ ନିଷ୍ପତି ନେଇଛନ୍ତି । ସେସବୁ ହେଲା-
୧- କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୪ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା
୨- ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ସହିତ ଅଧିକ ଆର୍ଥିକ ସହାୟତାର ବ୍ୟବସ୍ଥା । ଯଦି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟ ଖର୍ଚ୍ଚ ୨ଲକ୍ଷ ଟଙ୍କାରୁ ଅଧିକ ହୁଏ, ତା’ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅନୁମତିକ୍ରମେ ଅଧିକ ସହାୟତା୍ଥା କରାଯିବ ।
୩- ଯଦି କୌଣସି ସାମ୍ବାଦିକ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି, ସେ କ୍ଷେତ୍ରରେ ତାଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।
୪- କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କର ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ଦିଆଯିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯିବ ।
୫- ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରିଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ଼ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ଼ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ ।
୬- ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ଼ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ଼ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ ।
୭- ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ଼ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ ।
୮- ସାମ୍ବାଦିକମାନଙ୍କୁ ବୃତିଗତ ପ୍ରଶିକ୍ଷଣ ଦେବା ପାଇଁ ସରକାର ସହାୟତା ଯୋଗାଇଦେବେ । ଆଇଆଇଏମ୍ସି ପରି ସଂସ୍ଥାଗୁଡ଼ିକରେ ୨୫ରୁ ୩୫ଜଣ ସାମ୍ବାଦିକଙ୍କୁ ରାଜ୍ୟ ଭିତରେ ୩ଦିନିଆ ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟ ସରକାର ୫ବର୍ଷିଆ ବ୍ଲକ୍ ପିରିୟଡ ମଧ୍ୟରେ ଜଣପିଛା ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସୂଚନା ଓ ଲୋକସମ୍ପର୍କ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top