ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ହୋଇଛନ୍ତି।ଏଥିପାଇଁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ପାଇଁ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ରାତିରେ ଚେନ୍ନାଇରୁ ଫେରିବା ପରେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହୋଇଥିବା ଅନୁଭବ କରିଥିଲେ।ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା କରିବାପରେ ତାଙ୍କୁ ୨-୩ଦିନ ପାଇଁ ଦୂର ସ୍ଥାନକୁ ଗସ୍ତ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ମାତ୍ର ସେ ସଚିବାଳୟସ୍ଥିତ ନିଜ ଅଫିସକୁ ନିୟମିତ ଆସିବେ ବୋଲି ସୂଚନା ମିଳିଛି।
ଗୁରୁବାର ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଶୁକ୍ରବାର କଳାହାଣ୍ଡି ଗସ୍ତରେ ଯାଇ ‘କଳହାଣ୍ଡି କନକ୍ଲେଭ’କୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା।


