ଭୁବନେଶ୍ୱର:ସାମୁଦ୍ରିକ ଝଡ଼ ‘ତିତଲି’ ଯୋଗୁ ସମଗ୍ର ରାଜ୍ୟରେ ସ୍ଥଗିତ ରହିଥିବା ଛାତ୍ର ସଂସଦ ନିର୍ବାଚନ ଚଳିତବର୍ଷ ଆଉ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସ୍ପଷ୍ଟ କରିଛନ୍ତି।କୌଣସି ବିଭ୍ରାନ୍ତିକର ସମ୍ବାଦ ଦ୍ୱାରା ପ୍ରଭାବିତ ହୋଇ ସମୟ ଅପଚୟ ନକରି ପାଠପଢ଼ାରେ ମନୋନିବେଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପୁନର୍ବାର ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଭ୍ରାନ୍ତିକର ସମ୍ବାଦ ଖବରକାଗଜ ଓ ସୋସିଆଲ୍ ମିଡ଼ିଆରେ ଦୃଷ୍ଟିକୁ ଆସିଛି।ଏହି ବିଭ୍ରାନ୍ତିକର, ଅସତ୍ୟ ଓ ଭିତ୍ତିହୀନ ସମ୍ବାଦକୁ ମନ୍ତ୍ରୀ ଶ୍ରୀ ଦାସ ଦୃଢ଼ ଭାବରେ ଖଣ୍ଡନ କରିବା ସହିତ ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


