ଭୁବନେଶ୍ୱର(ଓଡ଼ିଶା ୱେୟାର) :ବହୁ ହିସାବ ନିକାଶ ଓ କଷାକଷି ପରେ କଂଗ୍ରେସ ପ୍ରକାଶ କରିଛି ତାର ତାର ପ୍ରାର୍ଥୀ ତାଲିକା । ଏହି ପ୍ରଥମ ତାଲିକାରେ ୬ଟି ଲୋକସଭା ଓ ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଘୋଷଣା କରିଛି । ଗତକାଲି ବିଳମ୍ବିତ ରାତ୍ରୀ (୧୨.୪୫)ରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିଲା । ପ୍ରଥମ ଦଫାରେ ପ୍ରକାଶ ପାଇଥିବା ୬ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କୌଣସି ମହିଳାଙ୍କ ମୁହଁ ନାହିଁ ଏବଂ ୩୬ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ ନୂଆ ପ୍ରାର୍ଥୀ ଅଛନ୍ତି । ହେଲେ ଏହି ପ୍ରଥମ ଦଫାରେ କୋରାପୁଟ ଲୋକସଭା ଏବଂ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ । ପ୍ରକାଶିତ ପ୍ରାର୍ଥୀ ତାଲିକା ଗୁଡ଼ିକ ହେଲା….
ଲୋକସଭା
ବରଗଡ଼- ପ୍ରଦୀପ କୁମାର ଦେବତା
ସୁନ୍ଦରଗଡ଼- ଜଜ ତୀର୍କି
କଳାହାଣ୍ଡି- ଭକ୍ତଚରଣ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ
ବ୍ରହ୍ମପୁର- ଭି. ଚନ୍ଦ୍ରଶେଖର ନାଇଡୁ
ବିଧାନସଭା
ପଦ୍ମପୁର- ସତ୍ୟଭୂଷଣ ସାହୁ
ବରଗଡ଼- ନିପନ ଦାସ
ଅତାବିରା- ନିହାର ମହାନନ୍ଦ
ବୀରମିତ୍ରପୁର- ରୋହିତ ଜୋଶେଫ ତୀର୍କି
ରାଜାଙ୍ଗପୁର-ଡ.ସିଏସ ରଞ୍ଜନ
ବୀରମହାରାଜପୁର- ବିନୋଦ କୁମାର ପାତ୍ର
ବଲାଙ୍ଗୀର- ନରସିଂହ ମିଶ୍ର
ନୂଆପଡ଼ା- ଘାସିରାମ ମାଝୀୟ
ଖରିଆର-ଅଧିରାଜ ପାଣିଗ୍ରାହୀ
ଝରିଗାଁ- ଉଲଧର ମାଝୀ
ନବରଙ୍ଗପୁର-ସଦନ ନାଏକ
ଡାବୁଗାଁ-ଭୁଜବଳ ମାଝୀ
ଲାଞ୍ଜିଗଡ଼-ଶିବାଜୀ ମାଝୀ
ଧର୍ମଗଡ଼-ଦିଗମ୍ଭର ଦୁରିଆ
ବାଲିଗୁଡ଼ା-ସିମନ ମଲ୍ଲିକ
ଫୁଲବାଣୀ-କିଶୋର ଚନ୍ଦ୍ର କଅଁର
କଣ୍ଟାମାଳ-ପ୍ରଶାନ୍ତ ସାହୁ
ଦଶପଲ୍ଲା-ପ୍ରଶାନ୍ତ ନାୟକ
ଭଂଜନଗର-ସଂଜୟ କୁମାର ତ୍ରିପାଠୀ
ପୋଲସରା-ହରିଚରଣ ସ୍ୱାଇଁ
କବିସୂର୍ଯ୍ୟନଗର-ବିଜୟ କୁମାର ସାହୁ
ଆସ୍କା- ମନୋଜ କୁମାର ଜେନା
ସାନଖେମୁଣ୍ଡି-ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି-ରାମକୃଷ୍ଣ ପଣ୍ଡା
ଗୋପାଳପୁର-ଏସ ଧର୍ମରାଜ ରେଡ୍ଡୀ
ବ୍ରହ୍ମପୁର-ଲିଙ୍ଗରାଜ ଚୌଧୁରୀ
ଦିଗପହଣ୍ଡି- ବିସ୍ମୟ ମହାପାତ୍ର
ଚିକିଟି-ସୁବାଷ ଚନ୍ଦ୍ର ରାଉତ
ମୋହନା-ଡଃ ଦାଶରଥି ଗମାଙ୍ଗ
ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ
ବିଷମକଟକ-ନୀଳମାଧବ ହିକକା
ଜୟପୁର-ତାରାପ୍ରସାଦ ବାହିନୀପତି
କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ
ପଟାଙ୍ଗୀ-ରାମଚନ୍ଦ୍ର କାଡାମ
ମାଲକାନଗିରି-ମାଲା ମାଡ଼ି
ଚିତ୍ରକୋଣ୍ଡା-ଲକ୍ଷ୍ମୀପ୍ର୍ରିୟା ନାୟକ


