Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସିବିଆଇ ନିର୍ଦ୍ଦେଶକଙ୍କ ବଦଳି ପ୍ରତିବାଦରେ କଂଗ୍ରେସର ଗଣବିକ୍ଷୋଭ

ଭୁବନେଶ୍ୱର:ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ରାତିଅଧିଆ ବଦଳି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ ଆଗରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଭୁବନେଶ୍ୱର ସିବିଆଇ ଅଫିସ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଯୁବକ,ଛାତ୍ର,ମହିଳା ଓ ସର୍ବୋପରି କଂଗ୍ରେସର ନେତୃମଣ୍ଡଳୀ ଗଣ ବିକ୍ଷୋଭରେ ସାମିଲ ହୋଇଥିଲେ।
ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ,ସିବିଆଇ ଉପରେ ଆକ୍ରମଣ ହେଉଥିବାବେଳେ ଆମର ମୁଖ୍ୟମନ୍ତ୍ରୀ ଓ ବିଜେଡି ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି।ତାହା ତାଙ୍କୁ ଦୁଃଖ ଦେଉଛି କିନ୍ତୁ ଆଶ୍ଚର୍ଯ୍ୟ କରୁନି।କାରଣ ବିଜେପି ଓ ବିଜେଡି ଭାଇଭାଇ ତଥା ପରସ୍ପରକୁ ସହଯୋଗ କରିଥାନ୍ତି ।ସିବିଆଇରେ ଦ୍ୱିତୀୟ ସ୍ଥାନରେ ଥିବା ରାକେଶ ଅସ୍ଥାନା ଓଡ଼ିଶା ଆସି ଚିଟଫଣ୍ଡ ଦୁର୍ନୀତିର ଖୋଳତାଡ଼ କରିଥିଲେ।କିନ୍ତୁ କ’ଣ ହେଲା କେଜାଣି ତା’ପରଠୁ ସିବିଆଇ ତଦନ୍ତ ପୁରା ବନ୍ଦ ହୋଇଗଲା।ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ନିଜର ଜମା ଅର୍ଥ ପାଇନଥିବାବେଳେ ସିବିଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଏକ ଡିଲ୍ ହୋଇଗଲା।ଯାହାକୁ ରାଜ୍ୟ ସରକାର ମ୍ୟାନେଜ୍ କରିଥିବା ଭଳି ଲାଗୁଛି।ରାଫେଲ୍ ଦୁର୍ନୀତିର ତଦନ୍ତକୁ ଚପାଇ ଦେବା ପାଇଁ ସିବିଆଇ ନିର୍ଦ୍ଦେଶକ ଥିବା ଆଲୋକ ବର୍ମାଙ୍କୁ ରାତିଅଧିଆ ବଦଳି କରାଯାଇଛି।ଏଥିରୁ ଦେଶରେ ନ୍ୟାୟ ନାହିଁ, ଅନ୍ୟାୟ ଓ ଦୁର୍ନୀତି ବଢ଼ିବାରେ ଲାଗୁଛି।ଦେଶରେ ହିଟଲରୀ ଶାସନ ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଚକ୍ରାନ୍ତ ବୋଲି ସେ କହିଛନ୍ତି।କଂଗ୍ରେସ ଆଜି ଦେଶବ୍ୟାପୀ ସମସ୍ତ ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି।ସିବିଆଇର ସର୍ବୋଚ୍ଚ ଅଧିକାରୀଙ୍କୁ ବିନା ସୂଚନାରେ ରାତି ଅଧିଆ ଛୁଟିରେ ପଠାଇବା ଓ ଅନ୍ୟ କାହାକୁ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ଗଣବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ,କାଙ୍ଗାଳି ଚରଣ ପଣ୍ଡା,ସନ୍ତୋଷ ସିଂ ସାଲୁଜା,ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ,ବିଶ୍ୱଜିତ ଦାସ,ପଦ୍ମାକର ଗୁରୁ,ସତ୍ୟପ୍ରକାଶ ନାୟକ,ରଶ୍ମି ମହାପାତ୍ର,ଶ୍ରୀୟା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top