Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅଗଷ୍ଟ ସୁଦ୍ଧା ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ରାଜ୍ୟ କଂଗ୍ରେସ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତକାଲି ଓଡ଼ିଶା ପାଇଁ ୩ଜଣିଆ ସ୍କ୍ରନିଂ କମିଟି ଘୋଷଣା କରିବା ପରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଭଲ ଭାବେ ପ୍ରସ୍ତୁତି ଓ ସାଂଗଠନିକ କାର୍ଯ୍ୟ କରିବାକୁ ସୁଯୋଗ ଦେବା ପାଇଁ ଓଡ଼ିଶା ପିସିସି ପକ୍ଷରୁ ୫୦ଜଣ ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରାଯିବ । ରାଜ୍ୟର ଏକ ନମ୍ବର ଦଳ ହେବା ପାଇଁ କଂଗ୍ରେସ ଏଥର ନିର୍ବାଚନ ଲଢ଼ିବ । ଓଡ଼ିଶାବାସୀ ପୁଣିଥରେ ଭୁଲ୍ କରିବେ ନାହିଁ ବୋଲି ସେ ଆଶାବାଦୀ ଅଛନ୍ତି । ଆଗୁଆ ପ୍ରାର୍ଥୀ ଘୋଷଣା ସମେତ କଂଗ୍ରେସ ସମସ୍ତ ୩୩ଟି ସାଂଗଠନିକ ଜିଲ୍ଲାରେ ଜୁଲାଇ ୧୫ତାରିଖ ସୁଦ୍ଧା ବୁଥ୍ କମିଟି ଗଠନ କରିବ । ଆଗୁଆ ପ୍ରାର୍ଥୀ ଘୋଷଣା ପଦକ୍ଷେପ ୨୦୧୮ ମାର୍ଚ୍ଚ ୩୦ ତାରିଖରେ ଓଡ଼ିଶା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦ୍ୱାରା ନିଆଯାଇଥିଲା । ଶ୍ରୀ ମାଝୀ ମାଲକାନଗିରି ଜିଲ୍ଲାରେ କର୍ମୀମାନଙ୍କ ସହ ବୈଠକବେଳେ କୋରାପୁଟ ଜିଲ୍ଲାର ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଗୁଆ ପ୍ରାର୍ଥୀ ଚୟନ ଘୋଷଣା ଖୁବଶୀଘ୍ର ହେବ ବୋଲି ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top