Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କ୍ରୁଜ ପାର୍ଟି ମାମଲା: ଆର୍ଯ୍ୟନଙ୍କ ପାଇଁ ଲଢିବେ ଅମିତ ଦେଶାଇ

ମୁମ୍ବାଇ: କ୍ରୁଜ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ଜେଲରେ ରହିଛନ୍ତି। ବର୍ତ୍ତମାନ ଆର୍ଯ୍ୟନ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲରେ ରହିଛନ୍ତି। ଆସନ୍ତା କାଲି (ବୁଧବାର) ତାଙ୍କର ଜାମିନର ଶୁଣାଣି ରହିଛି। ତେବେ ଏହା ପୂର୍ବରୁ ୩ ଥର ଜାମିନ ଆବେଦନ କରିଛନ୍ତି ଶାହରୁଖ ଖାନ। ଏଥିପାଇଁ ସେ ବେଶ ଜଣାଶୁଣା ସତୀଶ ମାନସିନ୍ଦେଙ୍କୁ ମାମଲା ଲଢିବାକୁ ପ୍ରଚୁର ଅର୍ଥ ମଧ୍ୟ ଦେଇଥିଲେ। ତେବେ ତିନି ଥର ଯାକ ଜାମିନ କରାଇବାରେ ବିଫଳ ହୋଇଛନ୍ତି ସତୀଶ । ଏବେ ସତୀଶଙ୍କ ବଦଳରେ ଅମିତ ଦେଶାଇ ଆର୍ଯ୍ୟନଙ୍କ ପାଇଁ ଲଢିବେ।

ସୂଚନାଯୋଗ୍ୟ ଗତ ଶୁକ୍ରବାର ଆର୍ଯ୍ୟନଙ୍କ ଜାମିନ ପାଇଁ ଶୁଣାଣି ହୋଇଥିଲା। ମାତ୍ର କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଫଳରେ ଆସନ୍ତା ବୁଧବାର ଜାମିନ ପାଇଁ ଶୁଣାଣି କରିବେ ସେସନ କୋର୍ଟ। ଏହି ଶୁଣାଣିରେ ସତୀଶ ମାନସିନ୍ଦେଙ୍କ ପରିବର୍ତ୍ତେ ଅମିତ ଦେଶାଇ ଲଢିବେ ବୋଲି ଜଣାପଡ଼ିଛି।

ଅମିତ ଦେଶାଇ ମୁମ୍ବାଇର ଜଣାଶୁଣା କ୍ରାଇମ ଓକିଲ। ସେ ହିଁ ସଲମାନ ଖାନଙ୍କୁ ହିଟ ଆଣ୍ଡ ରନ ମାମଲରୁ ମୁକୁଳାଇଥିଲେ। ୨୦୦୨ ମସିହାରେ ସଲମାନଙ୍କୁ ମାମଲାରୁ ମୁକୁଳାଇଥିଲେ ଅମିତ ଦେଶାଇ। ସୋମବାର ଜାମିନ ଆବେଦନ ଏନଡିପିସି କୋର୍ଟରେ ପ୍ରଦାନ କରାଯାଇଛି। ତେବେ ଏହି ଆବେଦନ ପତ୍ରରେ ଅମିତ ଦେଶାଇ ଆର୍ଯ୍ୟନଙ୍କ ପାଇଁ ଲଢିବେ ବୋଲି ଉଲ୍ଲେଖ କରାଯାଇଛି। ଅମିତ ସ୍ପେଶାଲ ଏନଡିପିସି କୋର୍ଟରେ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ସେ ଯୁକ୍ତି ବାଢିଥିଲେ କି ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ। ଏହି ମାମଲାର ଖୁବ ଶୀଘ୍ର ଶୁଣାଣି ହେବାର ଆବଶ୍ୟକତା ରହିଛି। କାରଣ ତାଙ୍କ ମହକିଲଙ୍କ ବ୍ୟକ୍ତିଗତ ସ୍ବାଧିନତା ସହିତ ସମ୍ପୃକ୍ତି ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top