Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ୱାଦିଷ୍ଟ ମିକ୍ସ ଭେଜିଟେବଲ ପରଟା

ଘରେ କିଛି ପନିପରିବା ବଳି ଯାଇଛିକି ? ଖାଇ ଖାଇ ବିରକ୍ତ ହୋଇଗଲେଣି ଆଉ ସେଗୁଡିକୁ କଣ କରିବେ ଜାଣି ପାରୁନାହାନ୍ତି କି ? ଜମା ଚିନ୍ତା କରନ୍ତୁନି । ଏହି ସବୁ ପନିପରିବାରେ ଆପଣ ଏକ ସ୍ୱାଦିଷ୍ଟ ପରଟା ବନାଇ ତାର ମଜା ନେଇପାରିବେ । ଘରେ ବଳି ପଡ଼ିଥିଵା ଗାଜର, ବନ୍ଧା କୋବି, ଫୁଲ କୋବି ଆଦିରେ ଆପଣ ଏକ ସ୍ୱାଦିଷ୍ଟ ଭେଜ ପରଟା ପ୍ରସ୍ତୁତ କରି ତାହାର ମଜା ନେଇପାରିବେ । ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକ ସାମଗ୍ରୀ:
ଅଟା- ୨ କପ
ତେଲ – ୨ ଟେବଲ ସ୍ପୁନ
ଲୁଣ ସ୍ୱାଦ ଅନୁସାରେ
୨ ବଡ଼ ଚାମଚ ଜିରା
ଦୁଇ ଛୋଟ ଚାମଚ ପାନମଧୁରୀ
ଗୋଟେ ଚାମଚ ହଳଦୀ
ଛୋଟ କଟା ଯାଇଥିବା ପନିପରିବା ୨ କପ
ଅଦା- ଖଣ୍ଡେ
ରସୁଣ- ସ୍ୱାଦ ଅନୁସାରେ
କଞ୍ଚା ଲଙ୍କା- ୨ ରୁ ୪ ଟି
ଧନିଆ ଗୁଣ୍ଡ- ଛୋଟ ଚାମଚ
ଜିରା ଗୁଣ୍ଡ – ଛୋଟ ଚାମଚ
ଆମଚୁର ପାଉଡର – ଛୋଟ ଚାମଚ
ଆଳୁ ସିଝା – ଗୋଟେ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଅଟାରେ କିଛି ତେଲ, ଲୁଣ ଆଦି ଦେଇ ନରମ କରି ଚକଟି ଦିଅନ୍ତୁ । ଧ୍ୟାନ ଦେବେ ଯେମିତି ଅଟା ନରମ ହେବ । ଅଟା ଚକଟିବା ବେଳେ ଉଷୁମ ପାଣିର ବ୍ୟବହାର କରିବା ସର୍ବୋତ୍ତମ । ପ୍ରଥମେ ଆଳୁ ସିଝାଇ ଦିଅନ୍ତୁ । ସିଝିଲା ପରେ ହାତରେ ଚକଟି ଦିଅନ୍ତୁ । ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏବେ ସେଥିରେ ପାନମଧୁରୀ/ଜିରା ପକାନ୍ତୁ । ଏବେ ସେଥିରେ କଟା ଯାଇଥିବା ପରିବା ଦିଅନ୍ତୁ । ଅଦା, ରସୁଣ ପେଷ୍ଟ ଦେଇ ଧିମା ଆଁଚରେ ବସାନ୍ତୁ ।
ଏବେ ସେଥିରେ ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଲୁଣ ଧନିଆ ପତ୍ର ଦେଇ ହାଇ ଆଁଚରେ ବସାନ୍ତୁ । ଯଦି ମିଶ୍ରଣ ମିଶ୍ରଣ ବାନ୍ଧି ନହେଉଛି ତେବେ ସେଥିରେ ସିଝା ଆଳୁ ଦେଇ ଚକଟି ଦିଅନ୍ତୁ । ମିଶ୍ରଣ ଟିକୁ ଥଣ୍ଡା କରିବା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏହା ସହ ଅଟା ଗୁଳା ବନାଇ ଦିଅନ୍ତୁ । ଏବେ ମିଶ୍ରଣକୁ ଅଟା ଭିତରେ ଦେଇ ପରଟା ଆକାରରେ ବେଲି ଦିଅନ୍ତୁ । ଏବେ ତାୱାରେ ପ୍ରସ୍ତୁତ ହୋଇଥିବା ପରଠାକୁ ଦେଇ ତେଲ ଦିଅନ୍ତୁ | ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top