Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ନିର୍ଭୟା

ମୁ୍ମ୍ବାଇ: ୩୩ ଘଣ୍ଟାର ଜୀବନ ମରଣ ଯୁଦ୍ଧରେ ହାରି ଯାଇଛନ୍ତି ଆଉ ଜଣେ ନିର୍ଭୟା। ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମ ଶୀକାର ହୋଇଥିବା ଝଣେ ୩୦ ବର୍ଷୀୟ ମହିଳା ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ନିର୍ଭୟାଙ୍କୁ ଯେଉଁଭଳି ଭାବେ ଦୁଷ୍କର୍ମ ଓ ନିର୍ଯାତନା ଦେଇଥିଲେ, ଠିକ ସେହି ଢଙ୍ଗରେ ହିଁ ସାକିନାକାର ଏହି ମହିଳାଙ୍କ ସହିତ ସମାନ ଘଟଣା ଘଟିଥିବା ଆଲୋଚନା ହେଉଛି।

୩୦ ବର୍ଷୀୟ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଅଭିଯୁକ୍ତମାନେ ଲୁହା ରଡ଼ ଭର୍ତ୍ତି କରିବା ସହିତ କ୍ଷତାକ୍ତ କରିଦେଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଘଟଣା ପରଠାରୁ ମହିଳାଙ୍କ ଅବସ୍ଥା ଗୁରୁତର ରହିଥିଲା। ପୀଡିତାଙ୍କୁ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢେ ୩ଟା ସମୟରେ ଏହି ଘଟଣା ଘଟିଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ​​ଯେ ମୁମ୍ବାଇର ଆନ୍ଧେରି ପୂର୍ବ ସାକିନାକାସ୍ଥିତ ଖୈରାନୀ ରୋଡରେ ଜଣେ ମହିଳା ଚେତାଶୂନ୍ୟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ଏହା ପରେ ସାକିନାକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାକୁ ମୁମ୍ବାଇର ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରିଥିଲା।

ସ୍ଥାନୀୟ ଡିସିପି ଏବଂ ଅତିରିକ୍ତ ପୋଲିସ କମିଶନର ସାକିନାକା ପୋଲିସ ଷ୍ଟେସନରେ ପହଞ୍ଚି ଏ ସମ୍ପର୍କରେ ପଚାରି ଅବଗତ ହୋଇଛନ୍ତି। ପରେ ତଦନ୍ତ ପାଇଁ ଏକ ଟିମ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନ ପରେ ମୁଖ୍ୟ ଅଭିଯୁକ୍ତ ମୋହନ ଚହ୍ବାନଙ୍କୁ ପୋଲିସ ଗିରଫ କରିଛି।

ତେବେ ଏହି ଘଟଣାରେ ଆହୁରି କିଛି ଲୋକ ସମ୍ପୃକ୍ତ ଥାଇପାରନ୍ତି ବୋଲି ମୁମ୍ବାଇ ପୋଲିସ ସନ୍ଦେହ କରୁଛି। ଏଭଳି ପରିସ୍ଥିତିରେ ଅନୁସନ୍ଧାନ ସହିତ ଖୋଜାଖୋଜି ମଧ୍ୟ କରାଯାଉଛି। ପୋଲିସ ଆଇପିସିର ଧାରା ୩୦୭, ୩୭୬, ୩୨୩ ଏବଂ ୫୦୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ସୂତ୍ର ଅନୁଯାୟୀ ଗିରଫ ଅଭିଯୁକ୍ତ ମୋହନ ଚାଭାନ ମହିଳାଙ୍କୁ ଜାଣି ସାରିଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଅଭିଯୁକ୍ତଙ୍କୁ କଡା ପଚରାଉଚରା କରୁଛି। ଏହି ଘଟଣାରେ ଆଉ କେତେ ଜଣ ଅଭିଯୁକ୍ତ ସାମିଲ ରହିଛନ୍ତି ସେ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଜୋରଦାର ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାରେ ମୁଖ୍ଯମନ୍ତ୍ରୀ ସିଧାସଳଖ ହସ୍ତକ୍ଷେପ କରି ଘଟଣା ସମ୍ପର୍କରେ ତଥ୍ୟ ହାସଲ କରିଛନ୍ତି। ଗୃହମନ୍ତ୍ରୀ ଓ୍ୱଲସେ ପାଟିଲ ଓ ପୋଲିସ କମିଶନର ହେମନ୍ତ ନାଗରାଲେଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top