Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା : ବିଜେପି

ଭୁବନେଶ୍ୱର (ଓଡ଼ିଶା ୱେୟାର) : ଦିନକ ପରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି। ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେମିତି ସୁରକ୍ଷିତ ରହିବେ ବୋଲି ବିଜେପି ଅଭିଯୋଗ କରିଛି।

ସ୍ଥାନୀୟ ପୁଲିସ ଏବଂ ସରକାରୀ କର୍ମଚାରୀଙ୍କ ସହାୟତାରେ ଭୋଟରମାନଙ୍କୁ ଅର୍ଥ ଦେଇ ପ୍ରଭାବିତ କରାଯାଉଛି। ଭୋଟ ଗ୍ରହଣ ଦିନ ବୁଥ୍ ଭିତରେ ପଶି ଗଣ୍ଡଗୋଳ ଭିଆଇବା ସହ ବିଜେପି ଏଜେଣ୍ଟଙ୍କୁ ଅପହରଣ ଓ ଅର୍ଥ ବଳରେ ପ୍ରଭାବିତ କରି ଜୋର ଜବରଦସ୍ତ ଭୋଟ୍ ହାତେଇବାକୁ ବିଜେଡି ଯୋଜନା କରିଛି। ଏନେଇ ବିଜେପି ପକ୍ଷରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧିବଦ୍ଧ ଭାବେ ଦାବିପତ୍ର ଦିଆଯାଇଛି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭୋଟ ଗ୍ରହଣ ତାରିଖ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଏହି ଅଂଚଳରେ ହିଂସା ଓ ଅଶାନ୍ତ ବାତାବରଣ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ କିଛି ଦିନ ମଧ୍ୟରେ ଘଟିଯାଇଥିବା ଘଟଣାଗୁଡ଼ିକ ହିଁ ଏହି ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଗତକାଲି ରାତିରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସୀମାରେ ଥିବା ବଳଙ୍ଗା ଥାନା ବିସ୍ପୋରଣ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ଏହି ଥାନାର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଥମେ ସାତଶଙ୍ଖସ୍ଥିତ ବିଜେପି ନିର୍ବାଚନ କାର୍ଯ୍ୟାଳୟରେ ବୋମାମାଡ ଏବଂ ପରେ ବଳଙ୍ଗା ଥାନା ବିସ୍ପୋରଣ ଆଦୌ ଅକସ୍ମାତ ନୁହେଁ ବରଂ ଏହା ଏକ ସୁପରିକଳ୍ପିତ। ବଳଙ୍ଗା ଥାନାରେ କେତେ ଦିନ ହେଲା ବାଣ ଥିଲା ଏବଂ କାହିଁକି ଓ କାହା ପ୍ରରୋଚନାରେ ନିଷ୍କ୍ରିୟ କରାଯାଇନଥିଲା, ତା’ର ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଡଃ ପାତ୍ର କହିଛନ୍ତି।

ବିଜେଡି ଗୁଣ୍ଡା ଓ କର୍ମକର୍ତ୍ତାଙ୍କ ଜରିଆରେ ଶାସକ ବିଜେଡି ନେତାମାନେ ବିଜେପି ନେତା ଓ କର୍ମୀଙ୍କୁ ପ୍ରଚାର କାର୍ଯ୍ୟରେ ବାଧା ଦେବା, ଧମକ ଦେବା, ଆକ୍ରମଣ କରିବା ଭଳି ଅଗଣତାନ୍ତ୍ରିକ ପନ୍ଥା ଆପାଣାଇଛନ୍ତି। ପିପିଲି ଅଂଚଳରେ ଗ୍ୟାଙ୍ଗୱାର ଦୀର୍ଘ ବର୍ଷ ଧରି ଜାରି ରହିଛି। ଭୋଟରଙ୍କ ମନରେ ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଜାରି ରଖିଛି। ତେଣୁ ସମସ୍ତ ବୁଥ୍‌ରେ ଅବାଧ, ମୁକ୍ତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସିସିଟିଭି ଓ ୱେବକାଷ୍ଟ କରିବା ପାଇଁ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଦାବି କରାଯାଇଛି।

ଡଃ ପାତ୍ରଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଠାକୁର ରଣଜିତ୍ ଦାସ, ଉର୍ମିଳା ମହାପାତ୍ର,ଶ୍ରୀତମ ଦାସ, ଜୟନ୍ତ ଜେନା, ସୁଜିତ୍ କୁମାର ଦାସ, କାମାକ୍ଷା ପ୍ରଧାନ ପ୍ରମୁଖ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top