କଟକ (ଓଡ଼ିଶା ୱେୟାର) : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ବୁଢ଼ିଆଣି ଜାଲ ପରି ଗୋଡ଼େଇ ହୋଇ ଯାଉଥିବା ବେଳେ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ବୋଲି ସୌମ୍ୟଙ୍କ ବାପା ଦାବି କରିଛନ୍ତି। ଆଜି କଟକରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ସେ ଲିଖିତ ଅଭିଯୋଗ କରିଛନ୍ତି।
କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଭେଟିଲା ପରେ ସୌମ୍ୟଙ୍କ ବାପା କହିଛନ୍ତି, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଉ। ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ। ସମଗ୍ର ମାମଲାକୁ ମୂଳରୁ ତଦନ୍ତ କରାଯାଉ।
ସେ ଆହୁରି କହିଛନ୍ତି, ପାରଳାଖେମୁଣ୍ଡିର ଏସିଏଫ୍ ଭାସ୍କର ରାଓ, ରୁଷିଆ ମନ୍ନଥ କୁମ୍ଭ, ପୂର୍ବତନ ସିକ୍ୟୁରିଟି ଗାର୍ଡ ଗଙ୍ଗା ପ୍ରଧାନ ଓ ମାଳି ଓ ଡ୍ରାଇଭର, ତହସିଲଦାର, ଓଆଇସି ମମତା ପଣ୍ଡା, ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ପାରଳାଖେମୁଣ୍ଡି ଫରେଷ୍ଟର ଡିଭିଜନ ଅଫିସରଙ୍କୁ ତଦନ୍ତ କରାଯାଉ ଏବଂ ମୋତେ ନ୍ୟାୟ ଦିଆଯାଉ।


