Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଡିସେମ୍ବରରେ ହୋଇପାରେ ସାଧାରଣ ନିର୍ବାଚନ, ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ସମେତ ସମଗ୍ର ଦେଶରେ ନଭେମ୍ବର କିମ୍ବା ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ହୋଇପାରେ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବିଧାନସଭା ନିର୍ବାଚନ ସହ ଦେଶରେ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଳେଖି ସାଧାରଣ ନିର୍ବାଚନରେ କେତେ ଖର୍ଚ୍ଚ ହେବ ତାହା ଜଣାଇବାକୁ କହିବା ପରେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ପ୍ରଥମ ଥର ପାଇଁ ଆସନ୍ତା ସାଧାରଣ ନିର୍ବାଚନ ବେଳେ ଓଡ଼ିଶାରେ ଭିବିପ୍ୟାଟ୍ ବ୍ୟବହାର କରାଯିବ ।
ମିଳିଥିବା ସୂଚନା ଅନୁସାରେ ସୁରେନ୍ଦ୍ର କୁମାର ଜିଲ୍ଲାପାଳମାନଙ୍କୁ ଲେଖିଥିôବା ଚିଠି ଅନୁସାରେ ଚଳତବର୍ଷ ଶେଷ ଭାଗ ଆଡ଼କୁ କିମ୍ବା ୨୦୧୯ ମସିହା ପ୍ରଥମ ଭାଗରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ତେଣୁ ସାଧାରଣ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଜିଲ୍ଲାପାଳମାନଙ୍କୁ ଏକ ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ଓ ହିସାବ ପଠାଇବାକୁ କୁହାଯାଇଛି । ନିର୍ବାଚନ ପରିଚାଳନା, ଭୋଟରଙ୍କ ସୁରକ୍ଷା, ଭିଡିଓଗ୍ରାଫି ଠାରୁ ଆରମ୍ଭ କରି ଇଭିଏମ୍ ପର୍ଯ୍ୟନ୍ତ ୨୪ଟି ବର୍ଗରେ କେତେ ଖର୍ଚ୍ଚ ହେବ ତା’ର ହିସାବ ମଗାଯାଇଛି । ଷ୍ଟ୍ରଙ୍ଗରୁମ୍ଗୁଡ଼ିକର ସ୍ଥିତି ସହ ପୁଲିଂଂ ପାର୍ଟିର ଯାତାୟାତ ଓ ବୁଥ୍ ଖର୍ଚ୍ଚର ହିସାବ ଦେବାକୁ କୁହାଯାଇଛି । ଚଳିତ ମାସ ୨୦ ତାରିଖ ସୁଦ୍ଧା ଉକ୍ତ ଫର୍ମାଟ୍ରେ ରିପୋର୍ଟ ଦେବାଲାଗି କୁହାଯାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦେଇଥିବା ସୂଚନା ଅନୁସାରେ ଇତି ମଧ୍ୟରେ ଅଧିକାଂଶ ଜିଲ୍ଲାରୁ ରିପୋର୍ଟ ଆସିସାରିଲାଣି । ଏହି ରିପୋର୍ଟକୁ ଦିଲ୍ଲୀସ୍ଥିତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ପଠାଯିବ । ସୂଚନାଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ମାସରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଆସନ୍ତା ନଭେମ୍ବର ମାସରେ ଉଭୟ ବିଧାନସଭା ଏବଂ ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ବିଜେଡି ଆଜି ନୁହେଁ ଦୁଇମାସ ପୂର୍ବରୁ ନିର୍ବାଚନ କମିଶନ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବୋଲି ଦଳର ମୁଖପାତ୍ର ତଥା ରାଜ୍ୟ ସଭା ସାଂସଦ ପ୍ରତାପ ଦେବ କହିଛନ୍ତି । ତେବେ ଆଗୁଆ ନିର୍ବାଚନ ପାଇଁ ତାଙ୍କ ଦଳ ଆଦୌ ବିଚଳିତ ନୁହେଁ ଏବଂ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top