Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓକିଲାତି କରୁଥିବା ଧର୍ମେନ୍ଦ୍ର କ୍ଷମା ମାଗନ୍ତୁ: ବିଜେଡି

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନା ଲାଗି ଓକିଲାତି କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନକୁ ସମାଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଆଜି ଆଇଏମଏ ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।
ଶ୍ରୀ ଦେବ ପ୍ରକାଶ କରିଛନ୍ତି ଯେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଭଳି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଯୋଜନାଗୁଡିକୁ ଯେପରି ଶ୍ରୀ ପ୍ରଧାନ ସମର୍ଥନ ଦେଉଛନ୍ତି, ସେଥିଲାଗି ସେ ଲଜ୍ଜାରେ ମୁହଁ ଲୁଚାଇବା ଆବଶ୍ୟକ । ଭାରତୀୟ ମେଡିକାଲ୍‍ ସଂଘ (ଆଇଏମଏ) ପକ୍ଷରୁ ଜୁନ୍‍ ୨୪ ତାରିଖ ଦିନ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଆୟୁଷ୍ମାନ ଯୋଜନା ପ୍ୟାକେଜ୍‍ର ନିର୍ଦ୍ଧାରିତ ମୂଲ୍ୟକୁ ଅଗ୍ରାହ୍ୟ କରାଯାଇଛି । ମେଡିକାଲ୍‍ ସଂଘ ଅନୁଭବ କରିଛି ଯେ ନିର୍ଦ୍ଧାରିତ ପ୍ୟାକେଜ୍‍ ମୂଲ୍ୟ ଦ୍ୱାରା ହସ୍ପିଟାଲ୍‍ରେ ରୋଗୀମାନେ ଅଧିକ ବିପଦର ସମ୍ମୁଖୀନ ହୋଇପାରନ୍ତି । ଯେପରି ଭାବେ ମୂଲ୍ୟ ନିର୍ଦ୍ଧାରିତ ହୋଇଛି, ତାହା ଏତେ କମ୍‍ ଯେ ଚିକିତ୍ସାର ମାନ ପ୍ରଭାବିତ ହେବା ସହିତ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରିବ । ରୋଗୀର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବା ସ୍ୱାଭାବିକ । ସେଥିଯୋଗୁ ଏହି ଯୋଜନାକୁ ଆଇଏମ୍‍ଏ ସମର୍ଥନ କରୁନାହିଁ ଏବଂ ପ୍ୟାକେଜ୍‍ ମୂଲ୍ୟ ବାବଦ ଅର୍ଥ ବ୍ୟୟ ବରାଦ ଓ ବୀମା ମଡେଲ୍‍ ଉପରେ ଆପତ୍ତି ଉଠାଇଛି । ପ୍ୟାକେଜ୍‍ ମୂଲ୍ୟ କ୍ଷେତ୍ରରେ ବୈଜ୍ଞାନିକ ଭିତ୍ତିରେ ମୂଲ୍ୟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି । ବୀମା ମଡେଲ୍‍ କାର୍ଯ୍ୟକାରୀ କରିବା ପାଇଁ ପ୍ରଣୀତ ବ୍ୟବସ୍ଥାକୁ ମଧ୍ୟ ଆଇଏମ୍‍ଏ ବିରୋଧ କରୁଛି ଓ କେବଳ ବିଶ୍ୱସନୀୟ ମଡେଲ୍‍ ପାଇଁ ଦାବି କରୁଛି ।
ଆଇଏମ୍‍ଏ ମଧ୍ୟ ଅନୁଭବ କରୁଛି ଯେ ୧୫ ପ୍ରତିଶତ ଲାଭ ରଖାଯାଇଥିବାରୁ କୋଟି କୋଟି ଟଙ୍କା ଅଯଥାରେ ମଧ୍ୟସ୍ଥିମାନଙ୍କ ପାଖକୁ ଚାଲିଯିବ ଓ ବର୍ତ୍ତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥା ଭୁଶୁଡ଼ି ପଡିବ । ଆଇଏମ୍‍ଏ ଉଠାଇଥିବା ସ୍ୱରରେ ଆୟୁଷ୍ମାନ ଯୋଜନା ନେଇ ଓଡ଼ିଶାର ସ୍ୱର ପ୍ରତିଧ୍ୱନିତ ହୋଇଛି । ଆମେ ପୂର୍ବରୁ କହିସାରିଛୁ ଯେ ଏହି ଯୋଜନା ରୋଗୀଙ୍କୁ ନିରାଶ କରିବ ଏବଂ ଓଡ଼ିଶାର ୪୫ଲକ୍ଷ ଲୋକ ଏଥିରୁ ବାଦ ପଡିବେ । ଅନ୍ୟପକ୍ଷରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୀମା ଭିତ୍ତିକ ମଡେଲ୍‍ ହୋଇନଥିବାରୁ ଏହା ବିଶ୍ୱସନୀୟ ହୋଇପାରିବ ବୋଲି ଆମେ ପୂର୍ବରୁ ଯାହା କହିଥିଲୁ, ସମାନ କଥା ଆଇଏମ୍‍ଏ ପକ୍ଷରୁ ଏବେ ଉଠାଯାଇଛି । କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ଫଳପ୍ରଦ ହେବନି । ଏଥିରେ ଆହୁରି ପ୍ରମାଣିତ ହୋଇଛି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସରକାରଙ୍କ ଦୃଷ୍ଟିଭଙ୍ଗୀ ଠିକ୍‍ । ଆମ ଅନୁସାରେ ସର୍ବାଧିକ ଲୋକ ଉପକୃତ ହେବେ । ସେହିପରି ଆୟୁଷ୍ମାନ ଯୋଜନା ନେଇ ଓଡ଼ିଶା ଉଠାଇଥିବା ଆପତ୍ତିର ସ୍ୱର ମଧ୍ୟ ଆଇଏମ୍‍ଏ ପ୍ରତିକ୍ରିୟାରେ ପ୍ରତିଧ୍ୱନିତ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ବିଭ୍ରାନ୍ତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ କ୍ଷୁଦ୍ର ରାଜନୈତିକ ଲାଭ ଓ ନ୍ୟସ୍ତସ୍ୱାର୍ଥ ପାଇଁ ବିପଦକୁ ଠେଲି ଦେଇଥିଲେ । ସେହିପରି ଆୟୁଷ୍ମାନ ଯୋଜନା ଲାଗି ଓକିଲାତି କରି ସେ ମଧ୍ୟ ୪୫ଲକ୍ଷ ଲୋକଙ୍କୁ ଅନ୍ଧାର ମୁହଁକୁ ଠେଲି ଦେଇଥିଲେ, ଯଦ୍ଦ୍ୱାରା ରୋଗୀ ଚିକିତ୍ସାର ମାନ ପ୍ରଭାବିତ ହୋଇଥାନ୍ତା ଓ ରୋଗୀ ସୁରକ୍ଷା ଉପରେ ଏହା ପ୍ରତିକୂଳ ଓ କ୍ଷତିକାରକ ପ୍ରଭାବ ପକାଇଥାନ୍ତା । ଏହା ପ୍ରକାଶ କରି ଶ୍ରୀ ଦେବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦୁର୍ନୀତି କୈନ୍ଦ୍ରିକ ଆୟୁଷ୍ମାନ ଯୋଜନା ଭଳି ସ୍କିମ୍‍କୁ ସମର୍ଥନ କରିବା ସହ ଓଡ଼ିଶାର ଜନକୈନ୍ଦ୍ରିକ, ବିଶ୍ୱସନୀୟ ମଡେଲ୍‍ ଭିତ୍ତିକ, ସ୍ୱାସ୍ଥ୍ୟ ବୀମା ସ୍କିମ୍‍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିରୋଧ କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିଲାଗି ତୁରନ୍ତ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top