ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଡିପ୍ରେସନ ରୂପ ସିଭିୟର ସାଇକ୍ଲୋନ ଝଡ଼ରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟ ସରକାର ଆଜି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ।ଏହା ସହିତ କଲେଜରେ ୧୨ତାରିଖରେ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ମଧ୍ୟ ବାତିଲ ହୋଇଯାଇଛି ।
ସୂଚନା ଅନୁସାରେ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ ମିଟିଂ ଥିବାବେଳେ ଗୁରୁବାର ଭୋଟଗ୍ରହଣ ହେବାର ଥିଲା । କିନ୍ତୁ ବାତ୍ୟା ଯୋଗୁ ୪ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଆଜି ନିଷ୍ପତି ହୋଇଛି । ଫଳରେ ରାଜ୍ୟର ଏହି ୪ଟି ଜିଲ୍ଲାରେ ଛାତ୍ର ସଂସଦ ନିର୍ବାଚନ ଆପେଆପେ ବାତିଲ ହୋଇଯାଇଛି ।


