Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପ୍ରବଳ ବର୍ଷା ଫଳରେ କଟକବାସୀ ହନ୍ତସନ୍ତ

କଟକ, (ଓଡ଼ିଶା ୱେୟାର): ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି କଟକ ସହର। କଟକ ସହର ର ବିଭିନ୍ନ ତଳି ଅଞ୍ଚଳ ରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମ ରେ ମଧ୍ୟ ଦେଖିବାକୁ ମିଳିଥିଲା ଜଳବନ୍ଦୀ ସ୍ଥିତି । ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ଜମି ରହିବାରୁ ମାଲଗୋଦାମର ବ୍ୟବସାୟୀମାନେ ଅତ୍ୟଧିକ ଅସନ୍ତୋଷ ଜାହିର କରିଥିଲେ। ମାଲଗୋଦାମରେ ବର୍ଷା ଜଳ ରାସ୍ତା ଉପରେ ଲହଡ଼ି ମାରିବା ସହ ଅନେକ ଗୋଦାମ ରେ ମଧ୍ୟ ପଶି ଯାଇଥିଲା ।
ମାଲଗୋଦାମ ବ୍ୟବସାୟୀ ଙ୍କ କହିବା ମୁତାବିକ ମାଲଗୋଦାମ ରେ ରହିଥିବା ନାଳଗୁଡିକର ସଠିକ୍ ଭାବେ ସଫେଇ ହେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଗତ ଗତବର୍ଷ ମଧ୍ୟ ଅନେକ ଗୋଦାମରେ ବର୍ଷା ପାଣି ପଶି ବିପୁଳ କ୍ଷତି ହୋଇଥିଲା।
ଆଉ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳ ଏବଂ ସି ଏମ୍ ସି କମିଶନର ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିଲେ । ମାଲଗୋଦାମରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଵତନ୍ତ୍ର ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ଏବେ ମଧ୍ୟ ପରିସ୍ଥିତି ପୂର୍ବ ଭଳି ରହିଛି। ତେଣୁ ଯଦି ଏ ଦିଗରେ କିଛି ବି ପଦକ୍ଷେପ ଜିଲ୍ଳା ପ୍ରାଶାସନ କିମ୍ବା ସି ଏମ୍ ସି ପକ୍ଷରୁ ଉଠା ନ ଯାଏ ତାହା ହେଲେ ଆଗକୁ ଚାମ୍ବର୍ ଅଫ୍ କମର୍ସ ବାଧ୍ୟ ହୋଇ ବର୍ଷା ଜଳ ନିଷ୍କାସନ ପାଇଁ ନିଜ ଖର୍ଚ୍ଚରେ ସ୍ଵତନ୍ତ୍ର ଡ୍ରେନେଜ୍ ତିଆରି କରିବ ବୋଲି ସ୍ପଷ୍ଟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top