Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନ୍ୟୁଜଲାଣ୍ଡରେ ଚିତ୍‌ପଟାଙ୍ଗ ବିରାଟ ବାହିନୀ

ସାଉଥମ୍ପଟନ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଟ୍ରଫି ଜିତିଛି ନ୍ୟୁଜିଲ୍ୟାଣ୍ଡ। ସାଉଥମ୍ପଟନ୍ର ଏଜିସ୍ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟାଇଟଲ ମୁକାବିଲାରେ କିଓ୍ୱି ଟିମ୍ ୮ ଓ୍ୱିକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଏଥିସହ ଦୁଇ ବର୍ଷ ଧରି ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ସଂସ୍କରଣ ଶେଷ ହୋଇଛି।
ଫାଇନାଲ ମୁକାବିଲାରେ ଭାରତ ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ୧୩୯ ରନର ଲକ୍ଷ୍ୟ ରଖିଥିଲା। ଯାହାକୁ କିଓ୍ୱି ଟିମ୍ ଦୁଇ ଓ୍ୱିକେଟ ହରାଇ ହାସଲ କରି ନେଇଛି। ଏଥିସହ ନ୍ୟୁଜିଲ୍ୟାଣ୍ଡ ୨୧ ବର୍ଷ ପରେ ଆଇସିସିର କୌଣସି ଟ୍ରଫି ଜିତିଛି। ୨୦୦୦ ମସିହାରେ ନ୍ୟୁଜିଲ୍ୟାଣ୍ଡ ଆଇସିସି ନକ ଆଉଟ୍ ଟ୍ରଫି ଜିତିଥିଲା। ୨୦୧୯ ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡଠାରୁ ଫାଇନାଲରେ ପରାସ୍ତ ହୋଇଥିଲା। କିନ୍ତୁ ଏଥର ସେ ପରାଜୟ ଧାରାକୁ ଭାଙ୍ଗି ନ୍ୟୁଜିଲ୍ୟାଣ୍ଡ ଦେଶବାସୀଙ୍କ ପାଇଁ ଏହି ବଡ଼ ସଫଳତା ଆଣିଛି କିଓ୍ୱି ଟିମ୍।
ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଏହି ପରାଜୟ ସହ ବିରାଟ କୋହଲିଙ୍କ ପ୍ରଥମ ଥର ଆଇସିସି ଟ୍ରଫି ଜିତିବାର ସ୍ୱପ୍ନ ପୁଣିଥରେ ଧୂଳିସାତ ହୋଇଯାଇଛି।
୧୩୯ ରନର ଟାର୍ଗେଟ ପିଛା କରୁଥିବା କିୱି ଟିମ୍ ୪୪ ରନରେ ଦୁଇ ଓପନରକୁ ହରାଇଥିଲା। ଉଭୟ ଟମ୍ ଲାଥମ (୯) ଓ ଡେଭନ କୋନଓ୍ୱେ (୧୯)ଙ୍କୁ ଆର୍ ଅଶ୍ୱୀନ ଆଉଟ୍ କରିଥିଲେ। ଏହି ସମୟରେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚକୁ କମ୍ ବ୍ୟାକ କରିବାର ଭଲ ସୁଯୋଗ ଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମର ଦୁଇ ଅଭିଜ୍ଞ କେନ୍ ଓ୍ୱିଲିୟମ ସନ ଓ ରସ ଟେଲର ବିରାଟ ବାହିନୀଙ୍କୁ ଏହି ସୁଯୋଗ ଦେଇନଥିଲେ। ଦୁହେଁ ତୃତୀୟ ଓ୍ୱିକେଟ ପାଇଁ ୯୬ ରନର ପାର୍ଟନରସିପ୍ କରି ଟିମକୁ ଜିତାଇଥିଲେ। ଅଧିନାୟକ କେନ୍ ୱିଲିୟମସନ ୫୨ ରନ୍ ଓ ରସ୍ ଟେଲର ୪୭ ରନ୍ କରିଥିଲେ।
ମ୍ୟାଚର ଅନ୍ତିମ ତଥା ଷଷ୍ଠ ଦିନରେ ଟିମ୍ ଇଣ୍ଡିଆ ତା’ର ଦ୍ୱିତୀୟ ଇନିଂସ ଦୁଇ ଓ୍ୱିକେଟରେ ୬୪ ରନରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ଟିମ୍ ନିୟମିତ ବ୍ୟବଧାନରେ ଓ୍ୱିକେଟ୍ ହରାଇଥିଲା। ଯାହା ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୧୭୦ ରନରେ ଅଲ ଆଉଟ୍ ହୋଇଯାଇଥିଲା। ଋଷଭ ପନ୍ତ ସର୍ବାଧିକ ୪୧ ଓ ରୋହିତ ଶର୍ମା ୩୦ ରନ୍ କରିଥିଲେ। ବିରାଟ କୋହଲି (୧୩) ଦ୍ୱିତୀୟ ଇନିଂସରେ ମଧ୍ୟ କାଇଲ ଜେମିସନଙ୍କ ଶିକାର ହୋଇଥିଲେ। ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ୧୫ ରନ୍ ଲେଖାଏଁ କରିଥିଲେ। ରବୀନ୍ଦ୍ର ଜାଡେଜା (୧୬), ଅଶ୍ୱୀନ୍ (୭), ମହମ୍ମଦ ସାମି (୧୩) ଓ ଈଶାନ୍ତ ଶର୍ମା (୧) ରନ୍ କରି ଅପରାଜିତ ଥିଲେ।
ଭାରତ ତାର ଶେଷ ୮ ଓ୍ୱିକେଟ ମାତ୍ର ୯୯ ରନରେ ହିଁ ହରାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ୩, ମ୍ୟାନ୍ ଅଫ୍ ଦ ମ୍ୟାଚ କାଇଲ୍ ଜେମିସନ ୨ଟି ଓ୍ୱିକେଟ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top