Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ସାତ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ

ପୁରୀ (ଓଡ଼ିଶା ଓ୍ବେୟାର): ରୁପାରେ ଝଟକିବ ଶ୍ରୀମନ୍ଦିର ୮ ଦ୍ୱାର। କେବଳ କଲାହାଟ ଦ୍ଵାରକୁ ଛାଡି ଶ୍ରୀମନ୍ଦିର ସାତ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି। ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଗଲେ ଯାଇ କଲାହାଟ୍‌ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ହେବ। ରଥଯାତ୍ରା ପୂର୍ବରୁ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ୱରେ ବର୍ମାଟିକ କାଠ ଦ୍ୱାର ଲାଗିଥିଲା। ପରେ ରୁପା ଛାଉଣୀ କରାଯାଇଥିଲା। ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବନିର୍ମିତ ସାତପାହାଚ ଦ୍ୱାର ଓ ବେହେରଣ ଦ୍ୱାର ଲାଗିଥିଲା। ତା’ପରେ ରୁପାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଚାଦର ପ୍ଲେଟ୍‌ ଲାଗିଥିଲା।

ଶ୍ରୀ ମନ୍ଦିର ବେହରଣ, ଜୟ ବିଜୟ ଓ ଭୋଗ ମଣ୍ଡପ ପଶ୍ଚିମ ପାର୍ଶ୍ୱ, ସାତପାହାଚ, ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରରେ ବର୍ମାଟିକ୍‌ କାଠ ଦ୍ୱାର ଲାଗିଛି। ଏହି ସବୁ ଦ୍ୱାରରେ ପର୍ଯ୍ୟାୟ କ୍ରମେ ରୁପା ଚାଦର ଆଚ୍ଛାଦିତ କରାଯାଇଛି। ଏହାରି ଭିତରେ ଆଦିନୃସିଂହ, ମା’ ବିମଳାଙ୍କ ମନ୍ଦିର ଓ ମହଲକ୍ଷ୍ମୀଙ୍କ ଦ୍ୱାରର ରୁପ ଛାଉଣୀ କାମ ପ୍ରାୟତଃ ଶେଷ ହୋଇଛି। କେବଳ କଳାହାଟ ଦ୍ୱାରର ପଲିସ୍‌ କାମ ସାରିଛି। ଏଥିପାଇଁ ଆବଶ୍ୟକ ରୁପା ଚାଦର ମଧ୍ୟ ପହଞ୍ଚି ସାରିଛି। ଆଗାମୀ ରଥଯାତ୍ରାରେ ରୁପା ଛାଉଣୀ କାର୍ଯ୍ୟ କରାଯିବ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରୁପା ଛାଉଣୀ କାମ ପାଇଁ ଗଠିତ ହୋଇଛି ଦୁଇଟି କମିଟି। ଗୋଟିଏ କମିଟି ଦ୍ୱାର ବସାଇବା ଓ ରୁପାଛାଉଣି କାମର ତଦାରଖ କରୁଛି। ଅନ୍ୟ କମିଟିଟି ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହୋଇଛି। ଏଥିରେ ବୈଷୟିକ କମିଟିରେ ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଦ୍ୱାର ବସାଇବା ସମୟରେ ଯେଭଳି ଐତିହ୍ୟ ସୁରକ୍ଷା ପ୍ରତି ଆଞ୍ଚ ନଆସେ, ସେଥିଲାଗି ବୈଷୟିକ କମିଟି ଏଥିପ୍ରତି ଦୃଷ୍ଟି ଦେଇଛନ୍ତି। ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୁପା ଦାନସୂତ୍ରରେ ଯୋଗାଇଛନ୍ତି। ରୁପାଦ୍ୱାର ଛାଉଣୀ ପାଇଁ ୧୩୪୫ କେଜି ରୁପା ଦାନସୂତ୍ରରେ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top