Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଦ୍ୟୁତ ଆଘାତରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ

ଉମରକୋଟ(ଓଡ଼ିଶା ୱେୟାର) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଦେଓଭରଣ୍ଡି (ନୂଆପରା )ଗ୍ରାମରେ ଅଘଟଣ। ବିଦ୍ୟୁତ ଆଘାତରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଘରେ ଲାଗିଥିବା ଲୁହା କବାଟ ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ଦୁର୍ଘଟଣା ଘଟିଥିବା ଘରେ କେବଳ ଜେଜେମା ପାଚୋ ଗଣ୍ଡ ଏବଂ ନାତୁଣୀ ତିଲିକା ଗଣ୍ଡ ଶୋଇଥିଲେ । ସବୁଦିନ ଭଳି ରାତିରେ ରୋଷେଇ ସାରି ପରିବାର ସମସ୍ତ ସଦସ୍ୟ ମିଶି ଏକାଠି ବସି ଖାଇଥିଲେ । ଏହାପରେ ଜେଜେମା ଏବଂ ନାତୁଣୀ ଗ୍ରାମ ମଧ୍ୟରେ ଥିବା ଘରେ ସୋଇଥିବା ବେଳେ ପୁଅ ବୋହୁ ଜଣେ ନାତୁଣୀ ଓ ଦୁଇ ନାତି ମିଶି ଚାଷ କରୁଥିବା ଜମିରେ ଥିବା ଘରକୁ ଶୋଇବାକୁ ଯାଇଥିଲେ। ସକାଳେ ବଡ ପୁଅ ସାମନାଥ ଗଣ୍ଡ ଘର କବାଟ ଖୋଲା ନ ହେବା ଦେଖି, ନିଜେ ଖୋଲିବାକୁ କବାଟରେ ହାତ ମାରିଲା ବେଳକୁ ବିଦ୍ୟୁତ ଆଘାତ ଲାଗିଥିଲା , କିନ୍ତୁ ତାଙ୍କର ବିଶେଷ କିଛି ହୋଇନଥିଲା ।

କବାଟରେ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିପାରି ବିଦ୍ୟୁତ୍ କର୍ମଚାରୀଙ୍କୁ ଡାକି ଘରକୁ ଯାଇଥିବା ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଥିଲେ। ଏହାପରେ କବାଟ ଖୋଲି ଘର ଭିତରକୁ ପଶି ଦେଖିଲା ବେଳକୁ , ଦେଖିବାକୁ ମିଳିଥିଲା ପାଚୋ ଓ ତିଲିକା ଦୁହେଁ ତଳେ ପଡି ରହିଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ହୋଇସାରିଛି । ଏହା ପରେ ରାଇଘର ଥାନାକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀର ଜବତ କରି ସ୍ଥାନୀୟ ତହସିଲଦାର ଏବଂ ବିଦ୍ୟୁତ ବିଭାଗ ଙ୍କୁ ଖବର କରିଥିଲା । ତହସିଲଦାର ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top