Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜାତୀୟ ରାଜପଥରେ ଭାଲୁ, ଲୋକେ ଦେଖି ଭୟଭୀତ

ନବରଙ୍ଗପୁର (ଓଡ଼ିଶା ୱେୟାର) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସହର ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ବୁଲୁଛି ଭାଲୁ। ସହରବାସୀ ଭାଲ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ଓ ପୁଲିସ୍‌ ସହରବାସୀଙ୍କୁ ବୁଝୁସୁଝା କରୁଛନ୍ତି। ଏଥିସହିତ ଭାଲୁର ଗତିବିଧିକୁ ନଜର ରଖିଛନ୍ତି। ସେପଟେ ଭାଲୁ ଆକ୍ରମଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ୁଛି।

ଆଜି ଅପରାହ୍ନ ପ୍ରାୟ ତିନିଟା ବେଳେ ଭାଲୁଟି ତୁରି ନଦୀ ପାର୍ଶ୍ୱ ଜଙ୍ଗଲରୁ ପଳାଇ ଆସି ମସ୍‌ଜିନ୍‌ ପାଖରେ ଥିବା ଜଣଙ୍କ ବାଡ଼ିରେ ପଶି ଯାଇଥିଲା। ଗାଁ ଲୋକ ଭାଲୁକୁ ଦେଖି ହୋହଲ୍ଲା କରିଥିଲେ। ଏହା ପରେ ଭାଲୁଟି ବଙ୍କା ସାହି ଗଳିରେ ପଶି ଯାଇଥିଲା। ସେହି ସମୟରେ ଅଶୋକ ପଟ୍ଟନାୟକଙ୍କ ୧୨ ବର୍ଷୀୟ ପୁଅ ଆଶୁତୋଷ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଜଙ୍ଘକୁ ଝୁଣି ପକାଇଥିଲା ଭାଲୁ।
ଲୋକଙ୍କ ଗହଳୀ ଦେଖି ଭାଲୁଟି ସହର ମଧ୍ୟ ଦେଇଯାଇଥିବା NH26 ଉପରେ ଦୌଡ଼ିଥିଲା। ଭାଲୁକୁ ଦେଖି ସହରବାସୀ ଭୟଭୀତ ହୋଇଯାଇଥିଲେ। ରାସ୍ତାରେ ଭାଲୁକୁ ଦେଖି ସାଇକଲ ଓ ମୋଟର ସାଇକଲ ଛାଡି ଦୌଡ଼ିଥିଲେ ଲୋକେ। ପରବର୍ତ୍ତୀ ସମୟରେ ଭାଲୁଟି ଚମ୍ପା ବଣକୁ ଚାଲି ଯାଇଥିଲା। ଚମ୍ପା ବନଟି ଜନବସତି ପାଖରେ ରହିଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସେପଟେ ବନ ବିଭାଗ ଓ ପୁଲିସ ଖବର ପାଇ ଚମ୍ପାବଣ ନିକଟରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାସୁଝା କରିଥିଲେ। ସେପଟେ ବନ ବିଭାଗ ଭାଲୁର ଗତିବିଧି ଉପରେ ନଜର ରଖିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top