Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପିଲାଙ୍କ ପାଇଁ ଆସୁଛି କରୋନା ଭ୍ୟାକ୍‌ସିନ୍‌

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଜାରକୁ ଆସୁଛି ପିଲାଙ୍କ କରୋନା ଟିକା। ଛୋଟ ପିଲାଙ୍କ ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହା ଖୁବ୍‌ କମ୍‌ ଦିନ ମଧ୍ୟରେ ବଜାରରେ ଲଞ୍ଚ୍‌ ହେବ। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପୂରା କରିସାରିଲାଣି। କମ୍ପାନୀ ନିଜ ଟ୍ରାଏଲ ସହ ଜଡ଼ିତ ଡାଟାକୁ କେନ୍ଦ୍ରୀୟ ଔଷଧୀୟ ମାନକ ନିୟନ୍ତ୍ରଣ ସଂଗଠନ(CDSCO)କୁ ଦେଇ ସାରିଲାଣି। କମ୍ପାନୀ କହିଛି ଯେ ସେମାନେ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ଦେଇଛନ୍ତି ଓ ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମାଗିଛନ୍ତି।
ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍‌ସିନ୍‌ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦିଆଯିବ। ରିପୋର୍ଟ ମୁତାବକ, କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଠାରେ କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ କରାଯାଇଛି। ଏହି ଟ୍ରାଏଲର ସମସ୍ତ ଡାଟା CDSCOକୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ୨୧ ସେପ୍ଟେମ୍ବରରେ ଭାରତ ବାୟୋଟେକ୍‌ର ଚେୟାରମ୍ୟାନ୍‌ ଓ ପ୍ରବନ୍ଧ ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା କହିଥିଲେ ଯେ ପିଲାଙ୍କ ପାଇଁ କୋଭାକ୍ସିନ୍‌ର ଦ୍ୱିତୀୟ ଓ ତୃତୀୟ ଫେଜ୍‌ର ଟ୍ରାଏଲ ପୂରା ହୋଇଛି। ଏହି ଟ୍ରାଏଲ ୧୦୦୦ ଜଣ ପିଲାଙ୍କ ଉପରେ କରାଯାଇଥିଲା। ଟ୍ରାଏଲ ବେଳେ ଦୁଇଟି ଡୋଜ୍‌ ମଧ୍ୟରେ ୨୮ ଦିନର ବ୍ୟବଧାନ ରଖାଯାଇଥିଲା। ସେତେବେଳେ ସେ କହିଥିଲେ ଯେ କମ୍ପାନୀ ଆସନ୍ତା ସପ୍ତାହରେ ଡାଟା ସରକାରଙ୍କୁ ଦେବ।
ଭାରତ ବାୟୋଟେକ୍‌ର ଚେୟାରମ୍ୟାନ୍‌ ଆହୁରି ମଧ୍ୟ କହିଥିଲେ ଯେ କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ନାକ ମାଧ୍ୟମରେ ଦିଆଯାଉଥିବା ଭ୍ୟାକ୍‌ସିନ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏହି ନାଜାଲ ଭ୍ୟାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ଏହି ପରୀକ୍ଷଣ ଅକ୍ଟୋବର ଶେଷ ସପ୍ତାହ ମଧ୍ୟରେ ସରିବ। ତେବେ ଯଦି କୋଭାକ୍ସିନ୍‌କୁ ମଞ୍ଜୁରୀ ମିଳିଯାଏ, ତେବେ ଏହା ଭାରତରେ ନିର୍ମିତ ପ୍ରଥମ ଭ୍ୟାକ୍‌ସିନ୍‌ ହେବ ଯାହା ଛୋଟ ପିଲାଙ୍କୁ ଦିଆଯିବ।
ସୂଚନାଯୋଗ୍ୟ ଯେ ଏବେ ଭାରତରେ କରୋନା ଭାଇରସ୍‌ କବଳରୁ ମୁକ୍ତି ପାଇବାକୁ କୋଭାକ୍ସିନ୍‌, କୋଭିସିଲ୍ଡ, ଫାଇଜର, ସ୍ଫୁଟନିକ୍‌ ଭି ପ୍ରମୁଖ ଟିକା ଦିଆଯାଉଛି। ଇତି ମଧ୍ୟରେ ଦେଶରେ ୭୦ ପ୍ରତିଶତ ଲୋକ ଟିକା ନେଇ ସାରିଲେଣି। କିନ୍ତୁ ପିଲାଙ୍କ ପାଇଁ କୌଣସି ଟିକା ତିଆରି ହୋଇ ନାହିଁ। ଏଣୁ ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ଆଶଙ୍କା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top