ଭୁବନେଶ୍ୱର : ବିଜେଡିର ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରା ଆଜି ସପ୍ତମ ଦିନରେ ପହଞ୍ôଚଛି । ଦଳର ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ଯାଉଥିବା ଟିମ୍ ଖୋର୍ଦ୍ଧା ଟାଉନ୍ରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି ରମେଶ୍ୱର ଛକ, ନିରାକାରପୁର ବଜାରରେ ପହଞ୍ôଚବା ପରେ ଏକ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଙ୍କିଆ ଗଡ଼ସାହିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ପରେ ସୁକଳ ଛକରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ସୁକଳ ଛକରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବ୍ରହ୍ମଗିରି ଅଭିମୁଖେ ବାହାରିଥିଲେ ଜନଜାଗରଣ ଅଭିଯାତ୍ରୀ । ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଖଜୁରିଆ, ସାତପଡ଼ାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ବ୍ରହ୍ମଗିରିର ଢାବା ଛକରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ସନ୍ଧ୍ୟା ୬ଟାରେ ପୁରୀ ମଙ୍ଗଳାହାଟ ବ୍ରିଜ୍ ଦେଇ ଚନ୍ଦନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଦକ୍ଷିଣ ପାଶ୍ୱର୍ ଟିମ୍ । ଚନ୍ଦନପୁର ଓ ଦାମୋଦରପୁର ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆଜି ପୁରୀ ଟାଉନ୍ରେ ରାତ୍ର ରହଣୀ ପରେ ଆସନ୍ତାକାଲି ପିପିଲି ଦେଇ ନିମାପଡ଼ା ଅଭିମୁଖେ ଏହି ଟିମ୍ ଯାତ୍ରା କରିବ । ସେହିପରି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମହାନଦୀ ବାମପାଶ୍ୱର୍ ଟିମ୍ ଜାରକାରୁ କୁଆଖିଆରେ ପହଞ୍ôଚବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଯାଜପୁର ଟାଉନ୍ରେ ରାଲି ପହଞ୍ôଚ ମା’ ବିରାଜାଙ୍କ ପୀଠରେ ସମୂହ ଦୀପଦାନ ସମାପନ ହୋଇଥିଲା । ଏହି ଦୀପଦାନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲା । ଯାଜପୁର ଟାଉନ୍ରୁ ଜନଜାଗରଣର ବାମପାଶ୍ୱର୍ ଟିମ୍ ବରୀ ମାଉଣ୍ଟ ଓ ବାଲିଆରେ ପହଞ୍ôଚଥିଲା । ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ବାଲିଚନ୍ଦ୍ରପୁରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଟିମ୍ ମାହାଙ୍ଗା ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଏହି ଟିମ୍ ମାହାଙ୍ଗାରୁ ସାଲେପୁର ଅଭିମୁଖେ ଯାଇଥିଲା । ସାଲେପୁରରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।


