Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମମିତା ନିଖୋଜ ମାମଲା: ସତ ଓଗାଳିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗୀର/ ଧର୍ମଗଡ(ଓଡ଼ିଶା ୱେୟାର) :ମମିତା, ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାର ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସତ ମାନିଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ତାକୁ ଗତକାଲି ରାତି ସାରା ଜେରା କରିଥିଲା ବଲାଙ୍ଗିର ପୋଲିସ । ଏତିକିବେଳେ ମମିତାଙ୍କ ନିଖୋଜର ପୂରା ଘଟଣା ସେ କହିଥିବା ସୂଚନା ମିଳିଛି।

ଗୋବିନ୍ଦ ସାହୁର ଅଟକ ୩ ସହଯୋଗୀଙ୍କୁ ବି ମାରାଥନ୍‌ ଜେରା ହୋଇଥିଲା । ଚାରି ଜଣଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ । ଅନ୍ୟ ୩ ଜଣ ହେଲେ ମହାଲିଙ୍କ ଖେଳ ପଡ଼ିଆର ନିର୍ମାଣ କାମରେ ନିୟୋଜିତ ଜେବିସି ଡ୍ରାଇଭର, ରାତି ଜଗୁଆଳି ଓ କଲେଜ ଅଧ୍ୟକ୍ଷ । ୪ ଜଣଙ୍କୁ ପଚରାଉଚରା ବେଳେ ପୋଲିସ ହାତରେ ବହୁ ସୁରାକ ଓ ତଥ୍ୟ ପ୍ରମାଣ ଲାଗିଛି । ମମିତା ନିଖୋଜ ହେବା ଓ ମହାଲିଙ୍କ ଖେଳ ପଡ଼ିଆରୁ ଗୋଟିଏ ମୃତଦେହର ଅଂଶ ମିଳିବା ଘଟଣାରେ ଗୋବିନ୍ଦ ଗୋଟି ଗୋଟି ସତ କହିଛି । ଉଦ୍ଧାର ହୋଇଥିବା ମୃତଦେହ କାହାର ? କେମିତି ମାଟିତଳେ ପୋତାଯାଇଥିଲା ? ମାଟି ତଳେ ମୃତଦେହ ପୋତିବାରେ କେଉଁମାନେ ସହଯୋଗ କରିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ପୋଲିସକୁ ଦେଇଛି ଗୋବିନ୍ଦ ।

ଏଥିସହ ତା ମୁହଁରୁ ନିଜ କଳା କାରନାମାର ସତ ଉଗାରିଛି ପୋଲିସ । ସେମାନଙ୍କ ପାଖରୁ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ବଲାଙ୍ଗିର ଓ କଳାହାଣ୍ଡି ପୋଲିସ । ଏବେ ପୋଲିସର ବିଧିବଦ୍ଧ ସୂଚନାକୁ ଅପେକ୍ଷା ରହିଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିଲେ ମମିତାଙ୍କ ନିଖୋଜ ମିଷ୍ଟ୍ରି ଉପରୁ ପରଦା ହଟିବ । ୮ ତାରିଖରୁ ନିଖୋଜ ଅଛନ୍ତି ମମିତା । ଗତକାଲି ଷ୍ଟାଡିୟମର ଖୋଳି ଗୋଟିଏ ମୃତଦେହର ଅଂଶ ବିଷୟ, ସୁନା ଚେନ୍‌, ପାଇଁଜି ଓ ଭ୍ୟାନିଟି ବ୍ୟାଗ୍‌ ପୋଲିସ ପାଇବା ପରେ ମମିତା ନିଖୋଜ ମିଷ୍ଟ୍ରିରେ ଆସିଥିଲା ନୂଆ ଟ୍ଵିଷ୍ଟ । ପରେ ଫେରାର୍‌ ଗୋବିନ୍ଦ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଗୋବିନ୍ଦକୁ ରିମାଣ୍ଡରେ ନେଇପାରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top