Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତାକାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର ,(ଓଡ଼ିଶା ୱେୟାର): କୋଭିଡ କଟକଣାରେ ଆସନ୍ତା କାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା । ଅଗଷ୍ଟ ୫ ତାରିଖ ଯାଏ ଚାଲିବ । ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ସବୁ ପ୍ରସ୍ତୁତି ସରିଛି । ମୋଟ ୫୦୪ କେନ୍ଦ୍ରରେ ଅଫଲାଇନ୍ ପରୀକ୍ଷା ହେବାକୁ ଥିବା ବେଳେ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି ।
ରେଗୁଲାର ପରୀକ୍ଷା ପାଇଁ ୨୭୮ କେନ୍ଦ୍ରରେ ୬୫୯୭ ଜଣ ପରୀକ୍ଷାର୍ଥୀ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୨୨୨ କେନ୍ଦ୍ରରେ ୮୪୯୩ ଜଣ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି ।
ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହେବ । ଏଥିପାଇଁ ସକାଳ ୯ଟା ପରଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପରୀକ୍ଷାରେ କୋଭିଡ-୧୯ର ସମସ୍ତ ଗାଇଡଲାଇନ ପାଳନ କରିବାକୁ ବୋର୍ଡ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏଥିପାଇଁ ୪୮ ଘଣ୍ଟା ପୂର୍ବରୁ ପରୀକ୍ଷାରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କୋଭିଡ ଟେଷ୍ଟ କରିଛନ୍ତି । ପ୍ରଶ୍ନପତ୍ର ପହଞ୍ଚି ସାରିଥିବା ବେଳେ ପରୀକ୍ଷା କେନ୍ଦ୍ର ଓ ଶ୍ରେଣୀଗୃହକୁ ସଂପୂର୍ଣ୍ଣ ବିଶୋଧନ କରାଯିବା ସହ ସ୍ୱତନ୍ତ୍ର ଆଇସୋଲେନ କକ୍ଷ ମଧ୍ୟ ପ୍ରସ୍ତୁତ ରହିଛି । ଆସନ୍ତା ୨୨ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top