Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରାଜ୍ୟକୁ ବିଭାଜନ କରିବାକୁ ଚାହୁଁଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ : ଦାମ

ଭୁବନେଶ୍ୱର୍ : ବନ୍ଦେ ଉକ୍ରଳ ଜନନୀ ସଙ୍ଗୀତରୁ ‘ଉକ୍ରଳ’ ଶବ୍ଦ ବାଦ୍ ଦେଇ ‘ଓଡ଼ିଶା’କୁ ସାମିଲ କରିବା ପାଇଁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ବୟାନକୁ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆଞ୍ଚଳିକବାଦ କଥା କହି ମନ୍ତ୍ରୀ ସୁଶାନ୍ତ ସିଂ ରାଜ୍ୟକୁ ଭାଗଭାଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ୨୦୧୨ ମେ’ ୨୯ରେ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ସେ ପ୍ୟାରୀମୋହନ ମହାପାତ୍ରଙ୍କ କଥାରେ ହୋଟେଲ୍ ସ୍ୱସ୍ତି ପ୍ଲାଜାରେ ଲୁଚି ରହିଥିଲେ । ସେତେବେଳେ ଏହା ଜାଣି ନିଜେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହିବା ପରେ ସେ ତାଙ୍କୁ ସେଠାରୁ ବାହାର କରିଥିଲେ । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁ ସେ ଆଉଥରେ ଜିତିକି ଆସି ମନ୍ତ୍ରୀ ହୋଇଛନ୍ତି । ସିଏ ମନ୍ତ୍ରୀ ହୁଅନ୍ତୁ, ମୋର ଇର୍ଷା କରିବାର ନାହିଁ । କିନ୍ତୁ ରାଜ୍ୟର ସ୍ୱାର୍ଥକୁ ତଳିତଳାନ୍ତ କରି କ୍ଷମତା ଉପଭୋଗ କରନ୍ତୁ ନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି । ରାଜ୍ୟ ରାଜନୀତିରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିଶେଷ ଦଖଲ ନଥିବାବେଳେ ନବୀନଙ୍କ ହାୱାରେ ସେ ନିର୍ବାଚନ ଜିତିଛନ୍ତି । ରାଜ୍ୟକୁ ଭାଗ ଭାଗ କରିବା ପାଇଁ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ କଦାପି ସହି ହେବନାହିଁ । ସାଧାରଣ ଜ୍ଞାନ ନଥାଇ ମନ୍ତ୍ରୀମାନେ ବକ୍ତବ୍ୟ ଦେଉଛନ୍ତି ତଥା ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମ୍ବିଧାନ ସମ୍ମତ ହେବା ଉଚିତ୍ । ଯେଉଁ ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ପ୍ରସ୍ତାବ ବିଧାନସଭାରେ ଗୃହୀତ ହୋଇସାରିଛି, ସେହି ସଙ୍ଗୀତକୁ ଜଣେ ଦାୟିତ୍ୱବାନ ମନ୍ତ୍ରୀ ବିରୋଧ କରିବାଠୁ ଦୁର୍ଭାଗ୍ୟ କ’ଣ ଅଛି ବୋଲି ଡାକ୍ତର ରାଉତ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top