Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଶ୍ୱ ରେକର୍ଡର ଅଧିକାରୀ ହେଲେ ମିତାଲି ରାଜ

ୱର୍ସେଷ୍ଟର: ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଛନ୍ତି । ମିତାଲୀ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ବିଶ୍ୱ ରେକର୍ଡ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ସେ ଅପରାଜିତ ୭୫ ରନର ଇନିଂସ୍ ଖେଳିଛନ୍ତି ।
ମିତାଲୀ ପେସ୍ ବୋଲର ନାଟାଲୀ ସ୍କିଭରଙ୍କ ବଲରେ ଚୌକା ମାରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଚାର୍ଲୋଟ୍ ଏଡୱାର୍ଡସଙ୍କୁ ପଛରେ ପକାଇଛନ୍ତି । ୩୮ ବର୍ଷୀୟ ମିତାଲୀ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଇନିଂସର ୨୪ତମ ଓଭରରେ ଏଡୱାର୍ଡସଙ୍କ ୧୦୨୭୩ ରନକୁ ପଛରେ ପକାଇଛନ୍ତି । ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ୭୮୪୯ ରନ୍ ସହ ତୃତୀୟ ନମ୍ବରରେ ରହିଛନ୍ତି।
ଜୁଲାଇ ୧୨, ୨୦୧୭ରେ ଦିନିକିଆ ବିଶ୍ୱକପର ୧୧ଶ ସଂସ୍କରଣର ଲିଗ୍ ପର‌୍ୟ୍ୟାୟରେ ମିତାଲୀ ଏଡୱାର୍ଡସଙ୍କୁ ପଛରେ ପକାଇ ମହିଳା ଦିନିକିଆରେ ସର୍ବାଧିକ ରନ୍ ହାସଲକାରୀ ଖେଳାଳି ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ମଧ୍ୟ ମିତାଲୀ ଦିନିକିଆରେ ୬ହଜାର ରନ୍ ପୂରଣ କରିଥିଲେ ।
ତାଙ୍କ ନାଁରେ ୫୮ ଅର୍ଦ୍ଧଶତକ ଓ ୭ ଶତକ ରହିଛି । ମିତାଲୀ ୨୦୧୯ରେ ଟି-୨୦ କ୍ରିକେଟକୁ ଅଲବିଦା କହିଥିଲେ । ସେ ଟି-୨୦ରେ ୩୭.୫୨ ହାରରେ ୯୬.୩୩ ଷ୍ଟ୍ରାଇକରେଟରେ ୨୩୬୪ ରନ୍ କରିଛନ୍ତି । ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୪୪.୬୦ ହାରରେ ୬୬୯ ରନ୍ ରହିଛି । ମିତାଲୀଙ୍କର ଆଜିର ଏହି ଇନିଂସ ବଳରେ ଭାରତ ମ୍ୟାଚକୁ ୪ ୱିକେଟରେ ଜିତି ନେଇଛି ।
ସୂଚନାଯୋଗ୍ୟ, ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୭ ଓଭରରେ ୨୧୯ ରନ୍ କରି ଅଲଆଉଟ୍ ହୋଇଥିଲା । କ୍ୟାପଟେନ୍ ହିଥର ନାଇଟ୍ ୪୬, ଲରେନ୍ ୱିନଫିଲ୍ଡ ୩୬, ସୋଫିଆ ଡଙ୍କଲୀ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ପୁନମ ଯାଦବ, ସ୍ନେହ ରାଣା ଓ ହରମନପ୍ରୀତ କୌର୍ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ।
ଏହାର ଜବାବରେ ଭାରତୀୟ ମହିଳା ଟିମ୍ ୪୬.୩ ଓଭରରେ ୬ ୱିକେଟ୍ ହରାଇ ୨୨୦ ରନ୍ କରି ବିଜୟୀ ହୋଇଛି । ଭାରତ ପକ୍ଷରୁ କ୍ୟାପଟେନ୍ ମିତାଲୀ ରାଜ ସର୍ବାଧିକ ୭୫ (୮୬ ବଲ୍, ୮ ଚୌକା) ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୪୯, ହରମନପ୍ରୀତ କୌର୍ ୧୬, ଦୀପ୍ତି ଶର୍ମା ୧୮ ଓ ସ୍ନେହ ରାଣା ୨୪ ରନ୍ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top