ଟାଙ୍ଗୀ, (ଓଡ଼ିଶା ୱେୟାର) : ବାଇକ ଏବଂ କାର୍ ଉଭୟଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଘଟିଛି ଏହି ଦୁର୍ଘଟଣା । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ବର ଛକରେ ଘଟିଛି ଦୁର୍ଘଟଣା । କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କର ପରିଚୟ ମିଳିନାହିଁ । ଆହତ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ମୟୁରଝୁଲିଆ ଗ୍ରାମର । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


