Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭିଜିଲାନ୍ସ ଜାଲରେ ନେସ୍କୋ ଏସଡିଓ

କେନ୍ଦୁଝର/ସମ୍ବଲପୁର (ଓଡ଼ିଶା ୱେୟାର) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ତାଙ୍କର କେନ୍ଦୁଝର ସ୍ପଞ୍ଜ କଲୋନୀ ଓ ଘଟଗାଁ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ ସହିତ ସମ୍ପତ୍ତିର ଆକଳନ କରାଯାଉଛି। ସେହିପରି ଘଟଗାଁରେ ଥିବା ତାଙ୍କ ଭାଇଙ୍କ ଘର ଓ ରିମୁଳିରେ ଥିବା ତାଙ୍କ ଶଶୁର ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ଟିମ୍ ଚଢ଼ାଉ କରିଛି।
କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରିଛନ୍ତି। ଜଣେ ଆଡିସ୍‌ନାଲ୍‌ ଏସପିଙ୍କ ନେତୃତରେ ଦୁଇ ଜଣ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ମହେଶ୍ୱର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏହି ଚଢ଼ଉ ହୋଇଛି।
ଅନ୍ୟପକ୍ଷରେ ଗତକାଲି ସମ୍ବଲପୁରରେ ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ଘରେ ଚଢ଼ାଉ ହୋଇଥିଲା। ତାଙ୍କର ୨ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହା ଭିତରେ ରହିଛି ସମ୍ବଲପୁର ସହରରେ ଗୋଟିଏ ୩ ମହଲା କୋଠା, ସମ୍ବଲପୁର ଜିଲ୍ଲାରେ ୬ଟି ପ୍ଲଟ, ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପ୍ଲଟ୍ ଓ ଏହା ସହ ୧୬ ଲକ୍ଷ ୯୩ ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି, ୨୧ ଲକ୍ଷ ୧୫ ହଜାର ଟଙ୍କାର ବୀମା ଟଙ୍କା, ନଗଦ ଲକ୍ଷେ ୪୫ ହଜାର ୮୫୦ ଟଙ୍କା ଏବଂ ଗୋଟିଏ ବାଇକ୍। କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ମିଳିଛି।
ଗତକାଲି ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ସମ୍ବଲପୁରସ୍ଥିତ ବାସଭବନ ସମେତ ୩ଟି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top