ଭୁବନେଶ୍ୱର(ଓଡବ୍ଲ୍ୟୁ):ଚଳିତମାସ ୨୫ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ପ୍ରିଲିମ୍) ପରୀକ୍ଷା ଅନୁଷ୍ଠିତ ହେବ।ରାଜ୍ୟର ୫ଟି ସହର ବାଲେଶ୍ୱର, ବ୍ରହ୍ମପୁର,ଭୁବନେଶ୍ୱର, କଟକ ଓ ସମ୍ବଲପୁରର ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୩୦୪ଜଣ ପ୍ରାର୍ଥୀ ପରୀକ୍ଷା ଦେବେ।ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ ,ଓଆରଏସ୍, ଓଟିଆଣ୍ଡଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।ପରୀକ୍ଷାର୍ଥୀଙ୍କୁ ଉଭୟ ଅଫଲାଇନ୍ ଓ ଅନଲାଇନ୍ରେ ଆଡିମିଟ୍ କାର୍ଡ ଜାରି କରାଯିବ।ଏହି ୨୦୦ ମାର୍କର ପ୍ରିଲିମ୍ ପରୀକ୍ଷା ଦୁଇଟି ସିଟିଙ୍ଗ୍ରେ ହେବ।ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ।


