Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କାଳିଆ ଯୋଜନାର ପାଣ୍ଠି ପାଇଁ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀା ‘କାଳିଆ’ ଯୋଜନା ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ। ଓଡ଼ିଶା ଆକସ୍ମିକ ପାଣ୍ଠି (ସଂଶୋଧନ) ଆଇନକୁ ଅଧ୍ୟାଦେଶ ବଳରେ ସଂଶୋଧନ କରିବାକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଓଡ଼ିଶା ଆକସ୍ମିକ ପାଣ୍ଠିର ପରିମାଣକୁ ୪୦୦କୋଟି ଟଙ୍କାରୁ ୧୬୦୦ କୋଟି ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ଅର୍ଥ ‘କାଳିଆ’ ଯୋଜନା ପାଇଁ ବ୍ୟୟ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ‘କାଳିଆ’ ଯୋଜନା ପାଇଁ ଚଳିତ ଆର୍ଥିକ ବର୍ଷର ବଜେଟରେ ବ୍ୟୟବରାଦ ହୋଇପାରିନାହିଁ। ୨୦୧୯-୨୦ ବର୍ଷର ବଜେଟ୍ ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିବା ସମ୍ଭବପର ନୁହେଁ। ଚଳିତ ଆର୍ଥିକ ବର୍ଷରେ ‘କାଳିଆ’ ଯୋଜନା ପାଇଁ ୧୭୩୩କୋଟି ଟଙ୍କାର ଆବଶ୍ୟକତା ଥିବାବେଳେ ୨୦୧୮-୧୯ ମସିହା ବଜେଟରେ କୃଷକ କଲ୍ୟାଣ ନିମନ୍ତେ ୨୫୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି।ବିଭିନ୍ନ ଯୋଜନାଗୁଡ଼ିକ ଅଧୀନରେ ଚିହ୍ନିତ ସଞ୍ଚୟ ଅର୍ଥ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ‘କାଳିଆ’ ଯୋଜନା ପାଇଁ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ୧୨୦୦କୋଟି ଟଙ୍କା ଉପଯୋଗ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସେହିପରି ୟୁଜିସି ସ୍କେଲରେ ଦରମା ପାଉଥିବା ଅଧ୍ୟାପକମାନଙ୍କ ଦରମାରେ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଫିଟ୍ମେଟ୍ କମିଟି ରିପୋର୍ଟକୁ କାବିନେଟ୍ ମଞ୍ଜୁର କରିଛନ୍ତି। ଏହାଫଳରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରାୟ ୫୨୦୩ଜଣ ଶିକ୍ଷକ ଉପକୃତ ହେବେ। ଏହି ସଂଶୋଧିତ ବେତନ ଯୋଗୁ ରାଜ୍ୟ ରାଜକୋଷରୁ ବାର୍ଷିକ ୧୩୬କୋଟି ଟଙ୍କା ବ୍ୟୟ ହେବ ।

ସେହିପରି ନିର୍ବାଚନୀ ବର୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୪୦୫୩ଟି ସୁଲଭ ମୂଲ୍ୟ ଦୋକାନ ମଧ୍ୟରୁ ୭୬୮୩ଟିକୁ ବେସରକାରୀ ଡିଲରମାନେ ପରିଚାଳନା କରୁଛନ୍ତି। ଏହି ବେସରକାରୀ ଡିଲରମାନଙ୍କ ବାର୍ଷିକ ଲାଇସେନ୍ସକୁ ୨୦୧୯ ମାର୍ଚ୍ଚରୁ ଏକବର୍ଷ ପାଇଁ ବୃଦ୍ଧି କରାଯାଇଛି। ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଅର୍ଡର,୨୦୧୬ରେ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ସମୟସୀମା ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିଥିଲା।

ସେହିପରି ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଡଃ ନମିତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

ଭୁବନେଶ୍ୱରସ୍ଥିତ ଏମସ ଛାତ୍ରଛାତ୍ରୀଙ୍କ ଉନ୍ନତ ତାଲିମ ଓ ଆବାସିକ ସୁବିଧା ନିମନ୍ତେ ଖୋର୍ଦ୍ଧାର ଟାଙ୍ଗୀ ତହସିଲ ଅନ୍ତର୍ଗତ ଟାଙ୍ଗୀ ମୌଜାରେ ଏକ ଟଙ୍କା ପ୍ରିମିୟମରେ ରାଜ୍ୟ ସରକାର ୨ ଏକର ୪୫ ଡେସିମିଲ୍ ଜମି ପ୍ରଦାନ କରିଛନ୍ତି । ଏହି ଜମିର ମୂଲ୍ୟ, ଆନୁସଙ୍ଗିକ ଖର୍ଚ୍ଚ ଓ ପଞ୍ଜୀକୃତ ମୂଲ୍ୟ ବାବଦକୁ ସରକାର ମୋଟ ୧କୋଟି ୨୮ଲକ୍ଷ ଟଙ୍କା ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି ।

ସେହିପରି ପୁରୀରେ ‘ବାଲୁକା କଳା ପାର୍କ ’ ସ୍ଥାପନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ୩୦ବର୍ଷ ସବ୍ ଲିଜ୍ ପ୍ରଦାନ କରାଯାଇଛି । ଉକ୍ତ ଜମିର ବାର୍ଷିକ ଖଜଣା ଓ ସେସ ଦେୟ ବାବଦକୁ ରିହାତି ଦରରେ ଶ୍ରୀ ପଟ୍ଟନାୟକଙ୍କୁ ମୋଟ ୮୪୦୦ଟଙ୍କା ରାଜ୍ୟ ସରକାରଙ୍କୁ ପୈଠ କରିବାକୁ ହେବ ।
ଏସବୁ ପ୍ରସ୍ତାବ ସମେତ ମୋଟ ୧୨ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top