ଭୁବନେଶ୍ୱର (ଓଡ଼ିଶା ୱେୟାର): ରାଜ୍ୟରେ ‘ପିଠା’, ‘କାଳିଆ’ ଯୋଜନା ପରେ ‘ଆମ ଘରେ ଏଲ୍ଇଡି ଯୋଜନା’ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଏନ୍ଏଫ୍ଏସ୍ଏ, ଏସ୍ଏଫ୍ଏସ୍ଏସ୍ ହିତାଧିକାରୀଙ୍କୁ ମାଗଣାରେ ବଲ୍ ମିଳିବ। ଏହାଦ୍ୱାରା ରାଜ୍ୟର ୯୫ଲକ୍ଷ ପରିବାର ଉପକୃତ ହେବେ।
ଏହି ଯୋଜନାରେ ପ୍ରତି ପରିବାରକୁ ୯ ୱାଟ୍ର ୪ଟି ଏଲ୍ଇଡି ବଲବ୍ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ମୋଟ ୩ କୋଟି ୮୦ ଲକ୍ଷ ବଲ୍ବ କିଣିବେ ।
ଆଜି ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏଲ୍ଇଡି ବଲ୍ବ ଯୋଗାଇ ଦିଆଯିବ।


