Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

‘ସୁନ୍ଦରୀ’ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ିଲା ଓଡ଼ିଶା

ଭୁବନେଶ୍ୱର : ସାତକୋଶିଆ ବନ୍ୟଜନ୍ତୁ ଅଭ୍ୟାୟରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ସମସ୍ତ ଉଦ୍ୟମ ଫେଲ୍ ମାରିବା ପରେ ଓଡ଼ିଶା ସରକାର ଏବେ ମଧ୍ୟପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।
ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ସୁଦର୍ଶନ ପଣ୍ଡା ଏନେଇ ସୂଚନା ଦେଇ କହିଛନ୍ତି ଯେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଓଡ଼ିଶା ସରକାର ୩ଟି ଟିମ୍ ନିୟୋଜିତ କରିଛନ୍ତି।କିନ୍ତୁ ଏପର‌୍ୟ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ।ତେଣୁ ସୁନ୍ଦରୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି।କାହ୍ନା ଜାତୀୟ ଉଦ୍ୟାନ ଓ ପେଂଚ ବାଘ୍ର‌୍ୟ ସଂରକ୍ଷଣରୁ ୨ଟି ବିଶେଷଜ୍ଞ ଟିମ୍ ପଠାଇବାକୁ ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜି ହୋଇଛନ୍ତି ।ଆସନ୍ତା ଦୁଇତିନି ମଧ୍ୟରେ ଏହି ଟିମ୍ ସାତକୋଶିଆରେ ପହଂଚି ‘ଅପରେସନ୍ ସୁନ୍ଦରୀ’ ଆରମ୍ଭ କରିବ।
ସୂଚନାଯୋଗ୍ୟ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ମଙ୍ଗଳବାରଠୁ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ୫୦ଜଣ ବିଶେଷଜ୍ଞ ଟିମକୁ ୩ଟି ଭାଗରେ ବିଭକ୍ତ କରାଯାଇ ଟ୍ରାଙ୍କୁଲାଇଜ୍ ଅଭିଯାନ ଆରମ୍ଭ କରାଯାଇଛି।ସାତକୋଶିଆ ଅଭୟାରଣ୍ୟର କୁମୁରି ଓ ବାଘମୁଣ୍ଡା ଗାଁ ମଝି ଜଙ୍ଗଲରେ ସୁନ୍ଦରୀ ଥିବାର ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ତାକୁ ପ୍ରଲୋଭିତ କରିବାକୁ ପ୍ରୟାସ ହୋଇଥିଲା।ମାତ୍ର ତାହା ଫେଲ୍ ମାରିଥିଲା।ବୁଧବାର ସକାଳେ ସୁନ୍ଦରୀ ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳେ ଥିବା ଜଣାପଡ଼ିବା ପରେ ଟ୍ରାଙ୍କୁଲାଇଜ୍ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା।କିନ୍ତୁ ସୁନ୍ଦରୀ ଫାସରେ ପଡ଼ିନଥିଲା।
ଉଲ୍ଲେଖଯୋଗ୍ୟ ଜୁନ୍ ୨୮ ତାରିଖରେ ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବାଗଡ଼ ବାଘ୍ର‌୍ୟ ସଂରକ୍ଷଣ ଜଙ୍ଗଲରୁ ଓଡ଼ିଶାର ସାତକୋଶିଆ ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଥିଲା।
ଗତ ୪୫ଦିନ ମଧ୍ୟରେ ‘ସୁନ୍ଦରୀ’ ୨ଜଣ ଲୋକଙ୍କୁ ହତ୍ୟା କରିଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ତାକୁ କାବୁ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତି ନେଇ ଏବେ ଅପରେସନ୍ ଚଳାଇଛନ୍ତି।ମାତ୍ର କୌଣସି ସଫଳତା ମିଳିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top